ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କୁ ଦାବିପତ୍ର
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ମୁତାବକ ସିଏଲସି, ମାର୍କସିଟ, ମାଇଗ୍ରେସନ ପ୍ରମାଣପତ୍ର, ନାମ ଲେଖା ଆଦି କାର୍ଯ୍ୟ କମ୍ପୁଟରରେ କରାଯାଉଛି । ବିଦ୍ୟୁତ ନଥିବା ଦର୍ଶାଇ ପିଲାମାନଙ୍କୁ ବାରମ୍ବାର ଦୌଡା ଯାଉଛି । ସେହିପରି ମହାବିଦ୍ୟାଳୟରେ ଜେନେରେଟର ,ଇନଭେଟର ରହିଥିଲେ ମଧ୍ୟ ତାହା କାମରେ ଆସୁନାହିଁ । ପିଲାମାନେ ବିଦ୍ୟୁତ ଗଲେ ଅନ୍ଧାରେ ବସି ପାଠ ପଢୁଛନ୍ତି । ମହାବିଦ୍ୟାଳୟରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗୁ ନାହିଁ । ପିଲାମାନେ ୬ ରୁ ୭ ଘଂଟା ମହାବିଦ୍ୟାଳୟରେ ରହୁଥିଲେ ମଧ୍ୟ ପାନୀୟ ଜଳର କୌଣସି ସୁବିଧା କରାଯାଉନାହିଁ । ଏହି ସବୁ ସମସ୍ୟା ୭ ଦିନ ମଧ୍ୟରେ ସମାଧାନ କରାନଗଲେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ଅଭିଯୋଗକୁ ଆଶୁତୋଷ ପରିଡା,ନିଗମାନନ୍ଦ ସ୍ୱାଇଁ, ତରକାନାଥ ଜେନା ଆଦି ପ୍ରଦାନ କରିଛନ୍ତି । ଏବିଷୟରେ ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନଙ୍କୁ ପଚାରିବାରୁ ମହାବିଦ୍ୟାଳୟରେ ସବୁ ଠିକ ରହିଛି । ଯେଉଁ ଛୋଟ ସମସ୍ୟା ରହିଛି ତାକୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ ।