ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜୟନ୍ତୀ ମହାସମାରୋହରେ ପାଳିତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର‌ ଵିଜାତଳା ସତସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ପରମପୂଜ୍ଯ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ସତସଙ୍ଗୀଙ୍କ ଦ୍ଵାରା ବ୍ରାହ୍ମ ମୂହୁର୍ତ୍ତରେ ଉଷା କୀର୍ତ୍ତନ ହୋଇଥିଲା ‌।ପରେ ପୂର୍ବାହ୍ନ ୧୦ ଠଟାରେ ସତସଙ୍ଗୀଙ୍କ ଦ୍ଵାରା କୀର୍ତ୍ତନ ,ଭଜନ ଏବଂ ନଗର ସଂକୀର୍ତ୍ତନ ସହ ଏକ ସୁସଜ୍ଜିତ ରଥରେ ଠାକୁର ଅନୂକୂଳ ଚନ୍ଦ୍ରଙ୍କ ଫଟୋ ରଖାଯାଇ ନଗର ପରିକ୍ରମା କରାଯାଇଥିଲା ।ପରେ ପୂର୍ବାହ୍ନ ୧୧ .୩୦ ଟା ସମୟରେ ସତସଙ୍ଗ କେନ୍ଦ୍ର ପରିସରରେ ହରିହର ଦାସଙ୍କ ସଭାପତିତ୍ବରେ ସତସଙ୍ଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଡାକ୍ତର ପ୍ରଣବେଶ ପଟ୍ଟନାୟକ ,ବିଶ୍ବଶ୍ରୀ ମହାନ୍ତି,ପ୍ରିତିଲତା ପଟନାୟକ,,ଅଞ୍ଜନା ଦାସ,ମନୁ ଦାସ, ନୃସିଂହ ଗିରି, ଦେବାଶିଷ ମହାପାତ୍ର ପ୍ରମୁଖ ସଙ୍ଗୀତାଞ୍ଜଳୀ ପାଠ କରିଥିଲେ ।ଦଶରଥ ବେହେରା ଏବଂ ଆହ୍ଲାଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଋତିକ ଡଃ ବିଚିତ୍ରାନନ୍ଦ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେଋତିକ ଚିତ୍ତରଞ୍ଜନ ଦାସ ଯୋଗ ଦେଇ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ, ଦର୍ଶନ, ଓ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ମଣିଷ ଜୀବନ ଦୁର୍ଲଭ ।ବହୁ ବର୍ଷ ତପସ୍ୟା କରି ମନୁଷ୍ୟ ଜୀବନ ଆମ୍ଭେ ପାଇଛୁ । କିନ୍ତୁ ମାନବ ଜୀବନ ଲାଭ କରି ବସ୍ତୁବାଦୀ ଦୁନିଆରେ ଅର୍ଥ ପଛରେ ଗୋଡାଇ ଅସାମାଜିକ,ଅନୈତିକ,ଅର୍ଥ ପିପାସୁ ଏବଂ ମାନବୀୟ ଗୁଣ ହରାଇ ବସିଛୁ । ତେଣୁ ମାନବ ସମାଜ କୁ ଆଧ୍ୟାତ୍ମିକ ଏବଂ ଶୃଙ୍ଖଳା ଜୀବନ ଜୀଇଁବା ପାଇଁ ଯୋଗଜନ୍ମା ସାଧୁ,ସନ୍ଥ,ଗୁରୁ ମାନେ ଆବିର୍ଭାବ ହୋଇଥାନ୍ତି ।ଏହି ଭଗବତ୍ ମାର୍ଗରେ ଯାଇ ମନୁଷ୍ଯ ଅଶାନ୍ତରୁ ମୁକ୍ତ ହୋଇ ଏକ ଶାନ୍ତ ଜୀବନ ଵିତାଇଥାଏ । ସତସଙ୍ଗ କମିଟି ତରଫରୁ ସତସଙ୍ଗୀଙ୍କ ପାଇଁ ଆନନ୍ଦ ବଜାରରେ ଅନ୍ନ ପ୍ରସାଦ ପରିବେଷଣ କରାଯାଇଥିଲା ।୫୦୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଏହି ଆଧ୍ୟାତ୍ମିକ କାର୍ଯ୍ୟ ରେ ଯୋଗ ଦେଇଥିଲେ ।କାର୍ଯ୍ଯକ୍ରମରେ ଜ୍ଞାନେନ୍ଦ୍ର ଦଳେଇ, ସୁଶାନ୍ତ ବେହେରା, ତ୍ରିଲୋଚନ ବେହେରା,ପୂର୍ଣ ଚନ୍ଦ୍ର ହେମ୍ବ୍ରମ,ବାଇଧର ପଲେଇ,ମୁକେଶ ହେମ୍ରମ,କ୍ରିଶ ବେହେରା, ମହେନ୍ଦ୍ର ବେହେରା ଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ