ଷତି ପୂରଣ ସମେତ ବିଭିନ୍ନ ଦାବୀ ନେଇ ସିପିଆଇଏମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ଅଦିନିଆ ବର୍ଷା ରେ ଜିଲ୍ଲାର ଧାନ ଫସଲ ଏବଂ ପନିପରିବା ଚାଷ ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି, ଜିଲ୍ଲାର ଚାଷୀ ମାନେ ଋଣ ପରିଶୋଧ ଚିନ୍ତା ରେ ସମ୍ପୂର୍ଣ୍ଣ ହତାଶ ଅବସ୍ଥା ରେ ଅଛନ୍ତି, ତେଣୁ ଅତିଶ୍ରୀଘ ଫସଲ ର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ସମେର ଅନ୍ୟାନ୍ୟ ଦାବୀ ନେଇ ଗୁରୁବାର ସିପିଆଇଏମ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି, ଏନେଇ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଙ୍କୁ ଭେଟି ସମ୍ବଳିତ ସ୍ମାରକ ପତ୍ର କରିଛନ୍ତି, ଏହା ସହିତ ଜିଲ୍ଲାର ସମସ୍ତ ଚାଷୀ ଓ ଭଗଚାଷି ଙ୍କୁ କ୍ଷତି ପୂରଣ ପ୍ରଦାନ କରିବା, ଚାଷୀଙ୍କ ଋଣ ଛାଡ଼ କରିବା, ଚାଷୀ ଓ ଭାଗଚାଷୀ ଙ୍କ ସମସ୍ତ ଧାନ କ୍ରୟ କରିବା ଙ୍କ ସମେତ ଦାବୀ ଗୁଡିକ ଉକ୍ତ ସ୍ମାରକ ପତ୍ର ଉଲ୍ଲେଖ କରାଯାଇଛି, ସିପିଆଇଏମ ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ ଯୁଧିଷ୍ଠିର ବେହେରା, କୈଳାଶ ଷଡ଼ଙ୍ଗୀ, ରାମ ଚନ୍ଦ୍ର ନାୟକ, ପି. ହରିକୃଷ୍ଣ ରେଡ୍ଡୀ, ଦିଲ୍ଲୀପ ଛୋଟରାୟ, ଶିବ ପ୍ରସାଦ ମହାପାତ୍ର, ଡି. ପଦ୍ମ ଚରଣ ପ୍ରଧାନ, ଖଲି ସ୍ୱାଇଁ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ, ପ୍ରାରମ୍ଭ ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବରଙ୍ଗ ଗ୍ରାମ ର ଆତ୍ମହତ୍ୟା କରିଥିବା ଚାଷୀ ବନମାଳି ପେଣ୍ଠେଇ ଙ୍କ ଅମର ଆତ୍ମା ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ