ଷ୍ଟଲ ମାଲିକଙ୍କୁ ନୋଟିସ, ସାତ ଦିନ ଭିତରେ ବକେୟା ଭଡା ପଇଠ କର

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ପୌରପାଳିକା ଷ୍ଟଲ ନେଇ ଭଡା ଦେଉନାହାନ୍ତି ବ୍ୟବସାୟୀ । ପ୍ରତ୍ୟେକ ମାସରେ ଭଡା ଦେବାଜୁ ଚୁକ୍ତିନାମା କରି ଏକ ବର୍ଷ ହେଲାଣି ଭଡା ପଇଠ କରିନଥିବାରୁ ଆଜି ପୌରପାଳିକା ପକ୍ଷରୁ ଚାରିଜଣ ବ୍ୟବସାୟୀ ଙ୍କୁ ନୋଟିସ ଜାରି କରାଯାଇଛି। ପୌରାଞ୍ଚଳରେ ଗରିବ, ଭିନ୍ନକ୍ଷମ ଓ ମହିଳା ଷ୍ଟଲ ପାଇବା କଷ୍ଟକର ହୋଇଥିବାବେଳେ ବାହାର କଳାହାଣ୍ଡି ଜିଲା ଜୁନାଗଡ଼ର ଲୋକଙ୍କୁ ୪ଟି ଷ୍ଟଲ ପ୍ରଦାନ କରାଯାଇଛି । କୃଷକ ବଜାର ନିକଟରେ ଜୁନାଗଡ଼ ର ଜିତ ଗୋୟଲ, ହରିଓମ ଗୋୟଲ, ସୁରେଶ କୁମାର ଗୋୟଲ ଓ ସଲିନି ଗୋୟଲଙ୍କ ନାମରେ ରହିଛି ଚାରୋଟି ଷ୍ଟଲ । ଗୋଟିଏ ଷ୍ଟଲ ପିଛା ମାସିକ ଭଡା ୮୪୦ ଟଙ୍କା ରହିଥିବା ବେଳେ ୪ଟି ଷ୍ଟଲ ର ଭଡା ବାବଦକୁ ୧ ଲକ୍ଷ ୭୪ ହଜାର ୭୨୦ ଟଙ୍କା ଏଯାଏଁ ଜମା କରି ନାହାଁନ୍ତି ଏହି ଚାରିଜଣ ବ୍ୟବସାୟୀ । ତେବେ ଗୋଟିଏ ପରିବାରର ସମ୍ପର୍କୀୟଙ୍କୁ କିଭଳି ୪ଟି ଷ୍ଟଲ ପ୍ରଦାନ କରାଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଚାରିଜଣ ଷ୍ଟଲ ନେବାପରେ ସେଠାରେ କୌଣସି ବ୍ୟବସାୟ ନକରି ଦୋକାନ ବନ୍ଦ କରି ରଖିଛନ୍ତି । ଏନେଇ ପୌର ସଂସ୍ଥା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତିଙ୍କୁ ପଚରିବାରୁ ସେମାନଙ୍କୁ ନୋଟିସ ଜାରି କରି ସମୟ ସୀମା ମଧ୍ୟରେ ଭଡା ଟଙ୍କା ନଦେଲେ ଚୁକ୍ତିନାମା ରଦ୍ଦ କରାଯିବ ବୋଲି କରିଛନ୍ତି। ପୋୖରାଞ୍ଚଳ ରେ ଅନେକ ଲୋକ ଷ୍ଟଲ ଖଣ୍ଡିଏ ପାଇବା ପାଇଁ ଆବେଦନ କରି ଅନାଇ ବସିଥିବା ବେଳେ ବାହାର ଜିଲ୍ଲାର ଲୋକେ କିପରି ଷ୍ଟଲ ପାଇଲେ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ପୌରପାଳିକା ନିର୍ବାହି ଅଧିକାରୀ ଙ୍କୁ ପଚାରିବାରୁ ଏ ବାବଦରେ ଫାଇଲ ଦେଖିକି କହିବି ବୋଲି କହିଛନ୍ତି। ନବରଙ୍ଗପୁର ସହରରେ ପୌର ସଂସ୍ଥା ସହିତ ଚୁକ୍ତି କରୁଥିବା ବ୍ୟବସାୟୀମାନେ ନିଜେ ସେହି ଷ୍ଟଲ ରେ ବ୍ୟବସାୟ ନକରି ଅନ୍ୟମାନକୁ ଅଧିକ ଭଡା ଆକାରରେ ଦେଇ ଲାଭ ପାଉଛନ୍ତି ଯାହା ପୌରପାଳିକାର କ୍ଷତି ହଉଛି ବୋଲି ପରୋକ୍ଷରେ କହିଛନ୍ତି ପୌର ନିର୍ବାହୀ ଅଧିକାରୀ । ଅଧିକାଂଶ ଷ୍ଟଲ ଏପରି ଚାଲିଥିବା ବେଳେ ଯଦି କେହି ଏ ସମ୍ପର୍କରେ ବିସ୍ତ୍ରୁତ ତଥ୍ୟ ପ୍ରଦାନ କରିବ ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ପୋୖରାଞ୍ଚଳ ରେ ବର୍ତମାନ ପର୍ଯ୍ୟନ୍ତ ୨୫ଟି ଷ୍ଟଲର ବ୍ୟବସାୟୀ ବର୍ଷ ତମାମ ଭଡା ଟଙ୍କା ନଦେଇ ରହିଛନ୍ତି । ଏବାବଦକୁ ୧୪ ଲକ୍ଷ ୯୫ ହଜାର ୪୮୦ ଟଙ୍କା ବକେୟା ଗଡୁଛି । ପୌର ସଂସ୍ଥା କର୍ମଚାରୀ ମାନେ ବକେୟା ଟଙ୍କା ଆଦାୟ ପାଇଁ ଗଲେ ସମୟ ମାଗି ଗଡାଉଛନ୍ତି ଯଦ୍ବାରା ପୌର ସଂସ୍ଥା ନିଜର ରାଜସ୍ୱ ହରାଉଛି। ତେବେ ନବରଙ୍ଗପୁର ପୋୖରାଞ୍ଚଳରେ ମୋଟ ୪୩୨ ଷ୍ଟଲ ରହିଛି । ସେଥି ମଧ୍ୟରୁ ୬୨ଟି ଷ୍ଟଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଘରୋଇ ବସ ଷ୍ଟାଣ୍ଡ ମଧ୍ୟରେ ଥିବା ୭୬ ଷ୍ଟଲର କୋର୍ଟ କେସ ଥିବାରୁ ଭଡା ଟଙ୍କା ଆଦାୟ ହୋଇପାରୁନାହିଁ । ୨୭୩ ଷ୍ଟଲ ଓ ୨୧ଗୋଟି କେବିନ ମୋଟ ୨୯୪ ସ୍ଥାନରୁ ଭଡା ଟଙ୍କା ଆଦାୟ ହେଉଛି । ନବରଙ୍ଗପୁର ପୋୖରାଞ୍ଚଳ ରେ ଦୀର୍ଘ ବର୍ଷ ହେବ କମ ଭଡାରେ ବ୍ୟବସାୟୀ ମାନେ ରହିଛନ୍ତି ତେଣୁ ଆସନ୍ତା ଏପ୍ରିଲ ପହିଲାରୁ ସ୍କୁୟାରଫୁଟ ଅନୁଯାୟୀ ୧୨ ଟଙ୍କା ଭଡା ଓ ଦୋକାନ ଆଗକୁ ଟିଣ ବଢାଇଥିଲେ ସ୍କୁୟାରଫୁଟ ୧୦ ଟଙ୍କା ଅନୁସାରେ ଭଡା ଦେବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ପୌର ନିର୍ବାହୀ ଅଧିକାରି ସମରେଶ ମହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ