ସଂଘବଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବରୱାଡା ଗ୍ରାମରେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ସଂଘବଧ ଆକ୍ରମଣ ଯୋଗୁଁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ମଇଦଲପୁର ଥାନା କେନ୍ଦୁଗୁଡା ଗ୍ରାମର ଉମାକାନ୍ତ ହରିଜନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଉମାକାନ୍ତ ଏବଂ ଅନ୍ୟ କେତେଜଣ ମିଳିତ ଭାବେ ଗାଁ ଗାଁ ବୁଲି ଧାନ ମଳା ମେସିନ ନେଇ ଲୋକଙ୍କ ଧାନ ମଳା କାମ କରୁଥିଲେ । ଗତ ଶନିବାର ଦିନ ଠୁ ଧାନ ମଳାଇବା ମେସିନ ନେଇ ବରୱାଡା ଗ୍ରାମକୁ ଯାଇଥିଲେ । ତେବେ ସୋମବାର ରାତିରେ ଧାନ ମଳା କରି ଯୁବକ ଜଣକ ମୋବାଇଲ ଚାର୍ଜ କରିବା ପାଇଁ ନିକଟସ୍ତ ଜଣକ ଘରକୁ ଯାଇଥିଲେ। ସେଠାରେ ଉମାକାନ୍ତ ଙ୍କୁ କିଛି ଲୋକ ସଂଗବଧ ଭାବେ ଆକ୍ରମଣ କରି ଅଟକ ରଖିଥିବା ଜାଣିବାକୁ ପାଇଥିଲେ ତାର ସାଥୀମାନେ । ଘଟଣା ଜାଣିବା ପରେ ଉମାକାନ୍ତ ଙ୍କ ସାଥୀମାନେ କେନ୍ଦୁଗୁଡା ଗାଁ ତାଙ୍କ ପରିବାର କୁ ଖବର ଦେଇଥିଲେ ।ଖବର ପାଇ ପରିବାର ଲୋକେ ପାହାନ୍ତିଆ ସମୟରେ ପହଞ୍ଚି ଉମାକାନ୍ତ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଉମାକାନ୍ତ କୁ ସଂଘବଧ ଆକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ କୋଡ଼ିଙ୍ଗା ଥାନାରେ ପରିବାର ପକ୍ଷରୁ ଏତଲା ଦେବାପରେ ପୋଲିସ କେଶ ନମ୍ବର ୪/୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କୋଡ଼ିଙ୍ଗା ଥାନାଧିକାରୀ ଯୁଗଳ ଶବର ନିଜେ ଘଟଣାର ତଦନ୍ତ କରି ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ଆଉ କେତେଜଣ ସାମିଲ ଅଛନ୍ତି ତାର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପାପଡାହାଣ୍ଡି ମେଡିକାଲ ରେ ମୃତକଙ୍କ ଶବ ଥିବା ସମୟରେ ପରିବାର ପକ୍ଷରୁ କ୍ଷତିପୂରଣ ଏବଂ ଦୋଷୀ ମାନଙ୍କୁ ଗିରଫ ଦାବି କରି କିଛି ସମୟ ପର୍ଯ୍ୟନ୍ତ ଉତେଜନା ଦେଖାଦେଇଥିଲା। ତେବେ ପାପଡାହାଣ୍ଡି ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରେଡ଼କ୍ରସ ରୁ ୫୦୦୦ ଟଙ୍କା ଦେବାପରେ ଉତେଜନା କମିଥିଲା । ଏହାପରେ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହେବାରୁ ନବରଙ୍ଗପୁର ମେଡିକାଲ କୁ ମୃତକଙ୍କ ଶବ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ