ସଟଡାଉନ ଯୋଗୁଁ ରଜଉତ୍ସବ ଫିକାପଡିଲା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସଟଡାଉନ ହେତୁ ରଜ ଉତ୍ସବ ଫିକାପଡିଯାଇଥିବା ଦେଖାଯାଇଛି ।ନା ହୋଇପାରୁଛି ରଜଦୋଳି ନା ହୋଇପାରୁଛିରଜଖଟି । ସବୁ ଯେମିତି ଏଥର ଫିକା ପଡିଯାଇଛି । ସଟଡାଉନରେ ରଜମଉଜ ସଂପୂର୍ଣ୍ଣ ଫିକା ହୋଇଯାଇଛି । ଓଡିଆଙ୍କ ଏହି ଗଣପର୍ବଟିର ସଜବାଜ ଓ ପ୍ରଥମ ରଜ ୨ଦିନ ଯାକ ସଟଡାଉନ ପଡିଯାଇଛି । କରୋନା ମହାମାରୀ ଯୋଗୁଁ ଏଥର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋଳି ଖେଳ ହେବନି କି ନୂଆ ଚଳଚିତ୍ର ରିଲିଜ ହେବନି । ସେହିଭଳି ପାର୍କ,ସପିଂମଲ,ପର୍ଯ୍ୟଟନସ୍ଥଳି ସବୁ ବନ୍ଦ ରହିଛି । କୁଆଁରିମାନଙ୍କ ମନରେ ଆଉ ସୁହାଗ ନାହିଁ ରଜ ପାଇଁ । ଏସବୁ ସାଙ୍ଗକୁ ଲଗାଣ ବର୍ଷା ରଜପର୍ବକୁ ଆହୁରି ଫିକା କରିଦେଇଛି । ବର୍ଷାପାଣିରେ ଘରୁ ପଦାକୁ ବାହାରିବା ସମ୍ଭବ ହେଉନି । ରଜ ଭଳି ଗଣପର୍ବରେ କେତେ କଣ ଖୁସି ମନାଇଥାନ୍ତି ସେମାନେ । ଲୁଡୁଖେଳ, ତାସଖେଳ, ପୁଚିଖେଳ, ଦୋଳିଖେଳ, ପାଲିଖେଳ ଓ ବାଗୁଡି ଖେଳ ପ୍ରଭୃତି ବନ୍ଦ ହୋଇଯାଇଛି କରୋନା ପାଇଁ । ରଜରେ ଘରକୁ ଘର ବୁଲି କୁଆଁରିମାନେ ପିଠା ଖାଇବା ସହ ରଜ ପାନ ବାଂଟିଥାନ୍ତି । ସେସବୁ ଆଜି ବନ୍ଦ ହୋଇଯାଇଛି କରୋନା ଯୋଗୁଁ । ହେଲେ ଏସବୁ କଟକଣା ସତ୍ୱେ ସରକାରଙ୍କ ସମସ୍ତ ନିୟମ ଓ କଟକଣା ମାନି ଓଡିଆମାନେ ଏହି ଗଣପର୍ବକୁ ପାଳନ କରି ପିଠା ଓ ମିଠାଇଖାଇ ଘରେ ସୁରକ୍ଷିତ ରହି ରଜପର୍ବ ପାଳନ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି । କିନ୍ତୁ ଗ୍ରାମାଚଂଳରେ ଏହି ଗଣପର୍ବ ପାଳନର ମଜା ନିଆରା ଥିବା ବେଳେ ଆଜି ସେସବୁ ଫିକା ପଡିଯାଇଛି । ଖାଲି ବିଧି ରଖିବାକୁ ଯେନତେନ ପ୍ରକାର ନୂଆ ଡ୍ରେସଟି ପିନ୍ଧି ଘର ଭିତରେ ରଜପର୍ବ ପାଳନର ବିଧିକୁ ରକ୍ଷାକରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ