ସଡକ ନେଉଛି ଜୀବନ
ଗଲା ଜାନୁୟାରୀରେ ଦେଶବ୍ୟାପୀ ‘ଜାତୀୟ ସଡକ ସୁରକ୍ଷା ସଚେତନତା ମାସ’ ମାସବ୍ୟାପୀ ପାଳିତ ହୋଇଥିଲା । ଏହି ସଚେତନତା ଅଭିଯାନରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣଜନତା ଅଂଶ ଗ୍ରହଣ କରିଥିଲେ । ସଭାସମିତି, ଶୋଭାଯାତ୍ରା ମାଧ୍ୟମରେ ସଡକ ଦୁର୍ଘଟଣା ନିୟନ୍ତ୍ରଣ କରିବା, ସଡକ ନିୟମ ମାନିବା ଆଦି ମୁଖ୍ୟ ଲକ୍ଷ୍ୟ । ଏହି ମାସବ୍ୟାପୀ ସଚେତନତା ଅଭିଯାନ ମାନିବା ଆଦି ମୁଖ୍ୟ ଲକ୍ଷ୍ୟ । ଏହି ମାସବ୍ୟାପୀ ସଚେତନତା ଅଭିଯାନ କେତେ ସଫଳତା ଆଣି ଦେବ, ତାହା ଭବିଷ୍ୟତ କହିବ । ଆମ ଦେଶରେ ସଡକ ସୁରକ୍ଷା ସଚେତନତା ସପ୍ତାହ ପ୍ରତିବର୍ଷ ପାଳିତ ହୋଇ ଆସୁଥିବା ସତ୍ୱେ ଦୁର୍ଘଟଣା ସଂଖ୍ୟା ବଢିବା ସହ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ରିପୋର୍ଟରୁ ଜଣାଯାଇଛି ଯେ, ଆନ୍ତର୍ଜାତିକ ସ୍ତରରେ ସଡକ ଦୁର୍ଘଟଣାରେ ଭାରତ ଶୀର୍ଷରେ ରହିଛି । କେବଳ ଦୁର୍ଘଟଣା ସଂଖ୍ୟା ନୁହେଁ, ମୃତାହତଙ୍କ ସଂଖ୍ୟାରେ ମଧ୍ୟ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । ଦେଶରେ ୨୦୧୮ ମସିହାରୁ ଟ୍ରାଫିକ ନିୟମ କଡାକଡି ହୋଇଥିବା ସତ୍ୱେ ଏଥିରେ କୌଣସି ପରିବର୍ତନ ଘଟିନାହିଁ, ଯାହା କି ଅତ୍ୟନ୍ତ ଚିନ୍ତାଜନକ ବୋଲି କୁହାଯାଇପାରେ । ଉଲ୍ଲେଖଯୋଗ୍ୟ ମହାମାରୀ କୋରୋନା କାଳ ତଥା ୨୦୨୦ ଓ ୨୦୨୧ ବର୍ଷରେ ସଡକ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା । ସରକାରୀ ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ୧ଲକ୍ଷ ୫୯ହଜାର, ୨୦୨୨ରେ ୧.୬୯ଲକ୍ଷ ଓ ୨୦୨୩ରେ ୧.୭୩ ଲକ୍ଷ ମୃତ୍ୟୁ ଘଟିଥିଲା । ଯାହା ବର୍ଷକୁ ବର୍ଷ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ନେଇ ସ୍ପଷ୍ଟ ସଂକେତ ପ୍ରଦାନ କରେ । ମୃତକଙ୍କ ମଧ୍ୟରେ ୩୫ହଜାରରୁ ଉର୍ଦ୍ଧ୍ୱ ପଥଚାରୀ ହୋଇଥିବାବେଳେ ସ୍କୁଲ, କଲେଜ ବାହାରେ ୧୦ହଜାରରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ରିପୋର୍ଟ କହେ । ୨୦୨୨ ମସିହାରେ ସର୍ବାଧିକ ୪,୬୧,୩୧୨ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୧,୬୮,୪୯୧ ଜଣଙ୍କ ମୃତ୍ୟୁ ଘଟିଥିଲା । ୪,୪୩,୩୬୬ଜଣ ଗରୁତର ଭାବେ ଆହତ ହୋଇଥିଲେ । ଏହା ନିସନ୍ଦେହ ଯେ, ଏହି ପରିସଂଖ୍ୟାନ ଦେଶରେ କ୍ରମାଗତ ଭାବେ ସଡକ ଦୁର୍ଘଟଣା ସଂଖ୍ୟା ଉପରମୁହାଁ ହୋଇଥିବା ସୂଚନା ଦିଏ । ଏହି ପରିସଂଖ୍ୟାନ ଅନୁଯାୟୀ ଦୁର୍ଘଟଣା ସଂଖ୍ୟା ୧୧.୯ ପ୍ରତିଶତ ବଢିଥିବାବେଳେ ମୃତ୍ୟୁ ସଂଖ୍ୟା ୯.୭ ପ୍ରତିଶତ ଏବଂ ଆହତଙ୍କ ସଂଖ୍ୟା ୧୫.୩ ପ୍ରତିଶତ ପାଇଥିଲା, ଯାହାକି ପୂର୍ବବର୍ଷ ତୁଳନାରେ ଅଧିକ । କେବଳ ଏତିକି ନୁହେଁ, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ପ୍ରାୟ ୩୯ପ୍ରତିଶତ ସଡକ ଦୁର୍ଘଟଣା ଏବଂ ୩୬ପ୍ରତିଶତ ମୃତ୍ୟୁ ସଂଖ୍ୟା ବଢି ଯାଇଥିଲା । ସେହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଶ୍ୱରେ ସଡକ ଦୁର୍ଘଟଣା ସଂଖ୍ୟା ନିମ୍ନମୁଖୀ ହୋଇଥିବାବେଳେ ଭାରତରେ ଯାନବାହନ ଘନତ୍ୱ ବୃଦ୍ଧି ପାଇବାରେ ଲାଗିଛି । ଆହୁରି ମଧ୍ୟ ‘ହୁ’ ପକ୍ଷରୁ କୁହାଯାଇଛି ଯେ, ଦୃତ ତଥା ବେପରୁଆ ଗାଡିଚାଳନା, ଅସୁରକ୍ଷିତ ରାସ୍ତା ଅବସ୍ଥା ଏବଂ ମଦ୍ୟପାନ, ଟ୍ରାଫିକ ନିୟମ ଉଲଂଘନ, ସିଟବେଲଟ୍ ନପିନ୍ଧିବା ରାସ୍ତା ଦୁର୍ଘଟଣା ବୃଦ୍ଧି ମୂଳ କାରଣ । ଦୃତ ତଥା ବେପରୁଆ ଗାଡିଚାଳନା ଯୋଗୁଁ ୭୨.୩ ପ୍ରତିଶତ ଦୁର୍ଘଟଣା ଘଟୁଥିବା ବେଳେ ୭୧.୨୫ ପ୍ରତିଶତ ମୃତାହତ ହେଉଥିବା ‘ହୁ’ ଉଲ୍ଳେଖ କରିଛି । ତେବେ ଦେଶରେ ରାସ୍ତାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାସ୍ତା ନକସାରେ ତୃଟି, ରାସ୍ତା ଶୋଚନୀୟ ଅବସ୍ଥା, ଭୁଲ ରାସ୍ତାରେ ଗାଡି ଚାଳନା, ଟ୍ରମ କେୟାର ସେଂଟର ଅଭାବ ଦୃତ ତଥା ବେପାରୁଆ ଗାଡି ଚାଳନା, ପ୍ରଶାସନିକ ଯାଂଚରୁ ଅଭାବ ଯୋଗୁଁ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ମୃତାକଙ୍କ ସଂଖ୍ୟା ଏପରି ବଢିଚାଲିଛି ଯେ, ତାହା ଯେକୌଣସି ମହାମାରରୀର ମୃତ୍ୟୁ ସଂଖ୍ୟାଠାରୁ ଅଧିକ ବୋଲି ‘ହୁ’ କହିଛି । ସେହିପରି ଦେଶରେ ଜାତୀୟ ରାଜପଥ ସଂଖ୍ୟା ବୃଦ୍ଧି ପାଇଥିବା ସତ୍ୱେ ଦୁଇ ଚକିଆଠାରୁ ଆରମ୍ଭ କରି ବଡ ବଡ ଗାଡି ତଥା ଯାନବାହାନ ସଂଖ୍ୟା ଯେପରି ବଢିଚାଲିଛି ତାହା ଅତି ନଗଣ୍ୟ ଥିବା କହିଲେ ଭୁଲ ହୋଇନପାରେ । ଉତରପ୍ରଦେଶ ଭଳି ଦେଶର ବୃହତମ ରାଜ୍ୟରେ ମୋଟ ରାସ୍ତା ସଂଖ୍ୟାର ମାତ୍ର ୫ପ୍ରତିଶତ ଥିବାବେଳେ ଯାନବାହାନ ତୁଳନାରେ ଅତି ନଗଣ୍ୟ । ଯାହାକି ୬୦ପ୍ରତିଶତ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଘଟାଉଥିବା କୁହାଯାଏ । ଆହୁରି ମଧ୍ୟ ଦେଶରେ ପ୍ରତି ମିନିଟରେ ୫ଟି ସଡକ ଦୁର୍ଘଟଣା ଘଟୁଥିବା କୁହାଯାଏ । ଆମ ରାଜ୍ୟ ମଧ୍ୟ ସଡକ ଦୁର୍ଘଟଣା ଓ ମୃତାହତ ସଂଖ୍ୟା କ୍ଷେତ୍ରରେ ପଛରେ ନାହିଁ । ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୭୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ଲକ୍ଷାଧିକ ଆହତ ହୋଇଥିବା ସରକାରୀ ପରିସଂଖ୍ୟାନରୁ ଜଣାଯାଇଛି । ରାଜ୍ୟରେ ସଡକ ଦୁର୍ଘଟଣା ନେଇ ସୁପ୍ରିମକୋର୍ଟ ଉଦବେଗ୍ ପ୍ରକାଶ କରିବା ସହ ନିୟନ୍ତ୍ରଣ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମାତ୍ର ଯାନବାହାନ, ସଡକପଥ ସଂଖ୍ୟା ବୃଦ୍ଧି ସହ ଦୁର୍ଘଟଣା ଓ ମୃତାହତ ସଂଖ୍ୟା ବଢିଚାଲିଛି । ତେବେ ସଚେତନତା ଓ ସୁରକ୍ଷିତ ଗାଡିଚାଳନା ହିଁ ଦୁର୍ଘଟଣାକୁ ରୋକିପାରିବ । ଏହା ମନେ ରଖିବା ଜରୁରୀ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ