ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ଶୋଭାଯାତ୍ରା
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଏହି ଅବସରରେ କରଞ୍ଜିଆ ପୋଲିସ ପକ୍ଷରୁ ପଞ୍ଚାପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ଼କ୍ରସ ସହଯୋଗ ରେ ଆଜି ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ଏହି ଶୋଭାଯାତ୍ରା ଅଙ୍କୁରା ଛକ ଠାରୁ କରଞ୍ଜିଆ ଥାନା ପରିସର ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା। ଏହାର ଉଦ୍ଧେଶ୍ୟ ଜନସାଧରଣଙ୍କୁ ସଚେତନତା କରାଯିବା ସହିତ ହେଲମେଟ ବ୍ୟବହାର କରିବା, ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ, ଟ୍ରାଫିକ ନିୟମ ପଳାନ କରିବା, ସିଟ ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଇବା ନାହିଁ, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ନାହିଁ ଏହି ପରି ଅନେକ ସ୍ଲୋଗାନ ଦେଇ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, କରଞ୍ଜିଆ ଥାନା ଅଧିକାରୀ ନିରୋଜ କୁମାର ମଲ୍ଲିକ,ପାଞ୍ଚପିଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ୍ୟ ଦିଲ୍ଲୀପ କୁମାର ପୃଷ୍ଟି, ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ମାନସ ବେହେରା, କ୍ରୀଡା ପ୍ରଶିକ୍ଷିକା ସହାନାଜ ବେଗମ,ଅଧ୍ୟାପିକା ରିମା ସେଠୀ,ପ୍ରମୁଖ ଙ୍କ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।