ସତ୍ୟ ସେବା ଫାଉଣ୍ଡେସନ ପକ୍ଷରୁ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ସତ୍ୟ ସେବା ଫାଉଣ୍ଡେସନ ତରଫରୁ ସୁନାମୁହିଁ ଠାରେ ଥିବା ମାଆ ଭଗବତୀ ମନ୍ଦିରରେ ଏକ ସ୍ବେଛାକୃତ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି. ବର ଶୁକଦେବ ଗିରି ଏବଂ କନ୍ୟା ପୁର୍ଣିମା ମହାକୁଡ଼ଙ୍କ ମଧ୍ୟରେ ବୈଦିକ ରୀତିରେ ଉଭୟ ବର କନ୍ୟାଙ୍କ ପରିବାର ବର୍ଗଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପାଦନ କରାଯାଇଥିବାର ଜଣାଯାଇଛି. ସତ୍ୟ ସେବା ଫାଉଣ୍ଡେସନର ଟ୍ରଷ୍ଟି ତଥା ଯୁବ ସମାଜସେବୀ ରଜତ କୁମାର ପଣ୍ଡା କନ୍ୟା ଦାନ କରିଥିବା ବେଳେ, ମନ୍ଦିରର ପୂଜକ ପଣ୍ଡିତ ବାସୁଦେବ ମିଶ୍ର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ. ବାରିପଦା କୋର୍ଟର ଓକିଲ ପ୍ରଦୀପ କୁମାର ଦାସ, ସତ୍ୟ ଇ-ବାଇକର ପ୍ରପାଇଟର ରଶ୍ମିତା ପାତ୍ର , ଗୁରା ମହାକୁଡ଼, ନଭ୍ୟା ନବନିତା ପଣ୍ଡା , ସୁବାଶିଷ ସାହୁ, ଦେବାଶିଷ ସାହୁ , ଦେବାଶିଷ ଗିରି , ବିନୟ ଭୂଷଣ , ସଂଜୀତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ. ତେବେ ବାରିପଦା ର ସୁକଦେବ ଏବଂ ପୃର୍ଣ୍ଣିମା ସାତବର୍ଷ ତଳୁ ପରସ୍ପରକୁ ଭଲ ପାଉଥିଲେ. ମାତ୍ର କିଛି ମାସ ତଳେ ପାରିବାରିକ ଅସନ୍ତୋଷ ଯୋଗୁଁ ସୁକଦେବ ଆଉ ଧରା ଛୁଆଁ ଦେଇ ନଥିଲେ ପୂର୍ଣ୍ଣିମାଙ୍କୁ. କଥା ଯାଇ ପହଞ୍ଚିଥିଲା ଥାନାରେ ଏବଂ କୋର୍ଟରେ. ଶେଷରେ ଶୁକଦେବ ଗିରଫ ହୋଇ ଜେଲ ଯିବା ପରେ ପଶ୍ଚତାପ କରି କୋର୍ଟରେ ପ୍ରସ୍ପରକୁ ବିବାହ କରିବାର ନିଷ୍ପତି ନେବା ପରେ ଦୁଇ ପରିବାର ଆପସ ବୁଝାମଣାରେ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହୋଇ ଥିବାର ଜଣାଯାଇଛି.