ସପୋଟିଭ ହ୍ୟାଣ୍ଡ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଦିନ ନାହିଁ ରାତି ନାହିଁଁ କରୋନା ମୁକାବିଲା କ୍ଷେତ୍ରରେ ନିଜକୁ ସାମିଲ କରି ସଂଘର୍ଷ ଜାରି ରଖିଥିବା ପଞ୍ଚୁଗୋଛିଆ ପଞ୍ଚାୟତର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସାମ୍ବାଦିକ, ପଞ୍ଚାୟତର କର୍ମଚାରୀ, ସ୍ୱେଚ୍ଛାସେବୀ ମାନଙ୍କୁ ସପୋଟିଭ ହ୍ୟାଣ୍ଡ ଯାଜପୁର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରାଯାଇଛି । ଏଥିପାଇଁ ଆୟୋଜିତ ଏକ ଉତ୍ସବରେ ସପୋଟିଭ ହ୍ୟାଣ୍ଡର ସମ୍ପାଦକ ବିଶ୍ୱଜିତ ଦାସ, ଫନି ପ୍ରକାଶ ଜେନା, ଉତ୍କଳ ଘଡେଇ, ବିଦ୍ୟାସାଗର ବାରିକ, ସୁଧାଶୁଂ ଶେଖର ନାୟକ ପ୍ରମୁଖ ଯୋଗଦେଇ ସଂଗଠନ ପକ୍ଷରୁ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରି ସେମାନଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ ଏହା ଏକ ଛୋଟ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଗୁପୁର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରଶ୍ମୀତା ମଲ୍ଲିକ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଫର୍ମାସିଷ୍ଟ ମୃତ୍ୟୁଞ୍ଜୟ ସାମଲ, ନୋଡାଲ ଅଫିସର ରାଜୀବ କୁମାର ଦାସ, ସ୍ୱାସ୍ଥ୍ୟକର୍ମୀ ଦମୟନ୍ତୀ ବିଶ୍ୱାଳ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ପୁର୍ଣ୍ଣଚନ୍ଦ୍ର ବାରିକ, ସମାଜସେବୀ ପ୍ରଦେଶ ସାହୁ, ଅରୁଣ ସାହୁ, ରମାକାନ୍ତ ସାହୁ, ଇଲେକଟ୍ରିକସିଆନ ନବୀନ ନାୟକ, ଯଦୁମଣୀ ସାହୁ, ରବିନ୍ଦ୍ର ପଣ୍ଡା, ପାଇପ ମିସ୍ତ୍ରୀ ନରେନ୍ଦ୍ର ସାହୁଙ୍କ ସମେତ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦିଆଯାଇ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ