ସପୋର୍ଟ ଟୁ ପୋର ପ୍ରିଜୋନାର ସ୍କିମରେ ଖଲାସ ହେଲେ ଦୁଇ କଏଦୀ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ବାରିପଦା ମଣ୍ଡଳ କାରାଗାର ରେ ଦୁଇଜଣ ସଜା କାଟୁଥିବା ଅନ୍ତେବାସୀ କୁନୁ ଓରଫ ଜୟନ୍ତ ସାମନ୍ତରାୟ ଏବଂ ଖୁଦୁ ଓରଫ ଖୁଦିରାମ ମାରାଣ୍ଡି ବାରିପଦା ମଣ୍ଡଳ କାରାଗାରରୁ ସପୋର୍ଟ ଟୁ ପୋର ପ୍ରିଜୋନାର ସ୍କିମରେରେ ଖଲାସ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି.ସୂଚନା ମୁତାବକ ଉପରୋକ୍ତ ଦୁଇ ଅନ୍ତେବାସୀ ସଜାକାଟି ସାରିବା ପରେ ମାନ୍ୟବର ଅଦାଲତଙ୍କ ଦ୍ଵାରା ନିର୍ଦ୍ଧାରିତ ଜୋରିମନା ଅନାଦାୟ ବାବଦକୁ ସଜା କାଟୁଥିଲେ. ଏବଂ ଜୋରିମାନା ଟଙ୍କା ମାନ୍ୟବର ଅଦାଲତଙ୍କ ଠାରେ ପରିଶୋଧ କରିପାରିବେ ନାହିଁ ବୋଲି କାରାଗାରର ବରିଷ୍ଠ ଅଧିକ୍ଷକ ସୁଜିତ କୁମାର ରାଉଳଙ୍କ ଠାରେ ତାଙ୍କର ଅକ୍ଷମତା ପ୍ରକାଶ କରିବାରୁ ବରିଷ୍ଠ ଅଧ୍ୟକ୍ଷକ ସରକାରଙ୍କ ଦ୍ଵାରା ପ୍ରଚଳିତ ଧାରା ସପୋର୍ଟ ଟୁ ପୋର ପ୍ରିଜୋନାର ସ୍କିମରେରେ ଅନ୍ତର୍ଭୁକ୍ତ କରି ଦୁଇଜଣଙ୍କ ନାମ ଡିଏଲଏସଏର ସମ୍ପାଦକଙ୍କୁ ସୁପାରିସ କରିଥିଲେ. ଡିଏଲଏସଏର ସମ୍ପାଦକ ଏବଂ ମୟୁରଭଞ୍ଜ ଜିଲ୍ଲାପାଳହେମକାନ୍ତ ସୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମାନ୍ୟବର କାରା ମହାନିର୍ଦେଶକ ଉକ୍ତ ଜୋରିମାନା ଟଙ୍କା ପ୍ରଦାନ କରିବାରୁ ଦୁଇଜଣ ଅନ୍ତେବାସୀ କାରାଗାରରୁ ମୁକ୍ତ ହୋଇ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ସକ୍ଷମ ହୋଇପାରିଛନ୍ତି. ବରିଷ୍ଠ ଜେଲ ଅଧିକ୍ଷକ ସୁଜିତ କୁମାର ରାଉଳ ଓ କାରାପାଳ ଶଶୀକାନ୍ତ ମହାଳିକଙ୍କର ଏତାଦୃଶ କାର୍ଯ୍ୟକୁ ବାରିପଦା ବୁଦ୍ଧିଜିବୀ ମହଲରେ ପ୍ରସଂସା କରାଯାଇଅଛି.