ସପ୍ତସତୀ ଚଣ୍ଡୀପାଠ ରେ ପ୍ରକମ୍ପିତ ଈଶ୍ୱରନାଥଙ୍କ ପୀଠ
ନିମାପଡ଼ା ,( ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜିଉଁନ୍ତି ଗ୍ରାମ ର ଈଶ୍ୱରନାଥ ଶୈବପୀଠ ରେ ମହା ଶିବରାତ୍ରୀ ବା ଜାଗର ଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି।୩ ଦିନ ପୂର୍ବ ରୁ ମହାଶିବରାତ୍ରୀ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଜାଗର ରାତ୍ର ରେ ମହାଦୀପ ଉଠାଯିବା ପରେ ଯଜ୍ଞ କୁଣ୍ଡ ରେ ପୂର୍ଣ୍ଣାହୂତି ଦିଆ ଯାଇଥିଲା।ଏହି ୩ ଦିନ ଧରି ସୁର୍ଯ୍ୟ ନାରାୟଣ ପୂଜା, ପାର୍ଶ୍ୱ ଦେବାଦେବୀ ଙ୍କ ସମେତ ପ୍ରଭୁ ଈଶ୍ୱରନାଥ ଙ୍କ ଜ୍ୟୋତ୍ରୀଲିଙ୍ଗ ଙ୍କର ମାର୍ଜ୍ଜଣା,ସ୍ନାନ, ବେଲପତ୍ର ସହିତ ବିଭିନ୍ନ ପୁଷ୍ପ ଲାଗି ଓ ତା ସହିତ ଅଭିଷେକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ପଣ୍ଡିତ ଅମୁଲ୍ୟ କର ଙ୍କ ମାର୍ଗଦର୍ଶନ ରେ ଜ୍ଞାନୀ ଗୁଣୀ ପଣ୍ଡିତ ବର୍ଗ ଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ କରାଯାଇ ଥିଲା। ମହା ଶିବରାତ୍ରୀ ଦିନ ଯଜ୍ଞ ବେଦୀ ରେ ଗ୍ରାମଦେବତୀ, ପାର୍ବତୀ ଙ୍କ ସହିତ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ଉଦ୍ଧେଶ୍ୟ ରେ ସପ୍ତସତୀ ଚଣ୍ଡୀ ପାଠ କରା ଯାଇଥିଲା।ଏହି ଚଣ୍ଡୀ ର ପ୍ରତ୍ୟେକ ଶ୍ଳୋକ ରେ ବେଲପତ୍ର ଦ୍ୱାରା ଘୃତାହୂତି କରାଯାଇଥିଲା ।ହଜାର ହଜାର ଶ୍ରଦ୍ଧାଳୁ ଏହି ସମୟ ରେ ଉପବାସ କରି ପୀଠ ରେ ଜାଗର ଦୀପ ଜାଳିବା ସହ କର୍ଣ୍ଣ ରେ ଚଣ୍ଡୀ ର ଶ୍ଳୋକ କୁ ଶୁଣି ନିଜକୁ ପବିତ୍ର ମନେ କରିଥିଲେ। ସ୍ଥାନୀୟ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ତରଫରୁ ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଓ କାକଟପୁର ପୋଲିସ ଏହି ମହୋତ୍ସବ କାର୍ଯ୍ୟ କୁ ଶାନ୍ତି ଶୃଙ୍ଖଳା ର ସହ ଆୟୋଜିତ କରିଥିଲେ।ଏହି ପ୍ରାଚୀନ ଶୈବକ୍ଷେତ୍ର ଈଶ୍ୱରନାଥ ଙ୍କ ନିକଟରେ ମଧ୍ୟ ରାତ୍ର ରେ ମହାଦୀପ ଉଠିଥିଲା।ଯାହାକୁ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ପଡ଼ିଥିଲା। ସେହି ପରି ପ୍ରାଚୀ ଉପତ୍ୟକା ର ବନ୍ଦେଶ୍ୱର ପୀଠ ଠାରେ ପ୍ରଭୂ ବନ୍ଦେଶ୍ଵର ଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ବାହାରକୁ ଅଣାଯାଇ ବିମାନ ରେ ବସାଯାଇ ମନ୍ଦିର ବେଢା ପରିକ୍ରମା କରାଯିବା ପରେ ମନ୍ଦିର ଚୂଡା କୁ ମହାଦୀପ ଉଠିଥିଲା। ଶହ ଶହ ଭକ୍ତ ପ୍ରସାଦ ସେବନ କରିଥିଲେ।