ସବଜଜ କୋର୍ଟ ପ୍ରତିଷ୍ଠା ଦାବୀରେ ମୁଖ୍ଯ ବିଚାରପତିଙ୍କୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଠାରେ ସବ ଜଜ କୋର୍ଟ ପ୍ରତିଷ୍ଠା ଦାବୀ ରେ ଓଡିଶା ହାଇକୋର୍ଟ ମୂଖ୍ଯ ବିଚାରପତି ଚକ୍ରଧାରୀ ଶରଣ ସିଂହ ଙ୍କୁ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ  ସ୍ମାରକପତ୍ର ପ୍ରଦାନ କରାଯାଇଛି। କୋର୍ଟ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ଘୋଷଣା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।କୋର୍ଟ ର ସ୍ଥାୟୀ କୋଠା ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି। ଅସ୍ଥାୟୀ ଭାବେ ଦିଗପହଣ୍ଡି ଜେଏମଏଫସି କୋର୍ଟ ପରିସରରେ ସବ ଜଜ କୋର୍ଟ ଖୋଲାଯିବା ପାଇଁ ବ୍ରହ୍ମପୁର ଜିଲା ଜଜ ଙ୍କ ସୁପାରିଶ କ୍ରମେ ଓକିଲ ସଂଘ କାର୍ଯ୍ୟାଳୟ କୁ ହସ୍ତାନ୍ତର କରାଯାଇ ସେଠାରେ ଆବଶ୍ୟକ ଅଫିସ ଗୃହ ନିର୍ମାଣ କରାଯାଇଛି। ଏନେଇ ମୁଖ୍ୟ ବିଚାରପତି ଙ୍କ ବ୍ରହ୍ମପୁର ଗସ୍ତ ସମୟରେ  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟ ବିଚାରପତି ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।ଖେମୁଣ୍ଡି ଓକିଲଙ୍କ ଦୀର୍ଘ ଦିନରୁ ରହି ଆସିଥିବା ସବଜଜ୍ କୋର୍ଟ କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ନେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଲୋଚନା ସମୟରେ ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ସମ୍ପାଦକ ପ୍ରଦୀପ କୁମାର ନାୟକ, ବରିଷ୍ଠ ଆଇନଜୀବି ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ମନୋରଞ୍ଜନ ପଣ୍ଡା, ବିଜୟ କୁମାର ପ୍ରଧାନ , ଗଞ୍ଜାମ ଜିଲା ବିଚାରବିଭାଗୀୟ ପ୍ରଶାସନିକ ଦାୟିତ୍ବରେ ଥିବା ହାଇକୋର୍ଟ ବିଚାରପତି ବିଭୂପ୍ରସାଦ ରାଉତରାୟ, ଗଞ୍ଜାମ ଜିଲା ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ