ସବୁଜ ବନାନୀ ମଧ୍ୟରେ ଶ୍ରୀ ଶ୍ରୀ ଚୈତ୍ରେଶ୍ବର ବାବା ପତ୍ରାପାଲି
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ପତ୍ରାପାଲି ରେ ଚୈତ୍ରା ପାହାଡ଼ ର ପାଦଦେଶରେ ଘଞ୍ଚ ଅରଣ୍ୟ ଭରା ସବୁଜ ବନାନୀ ମଧ୍ୟରେ ଅବସ୍ଥିତ ଶ୍ରୀ ଶ୍ରୀ ଚୈତ୍ରେଶ୍ବର ବାବା ଙ୍କର ମନ୍ଦିର। ଏଠାରେ ବହୁ ପୁରାତନ କାଳରୁ ମହାଶିବରାତ୍ରି ବହୁ ଧୁମଧାମ ରେ ପାଳନ କରାଯାଉଛି। ଆଜି କୁଚିଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାଶିବରାତ୍ରି ପାଳନ କରାଯାଉଥିବା ବେଳେ ପତ୍ରାପାଲି ରେ ମହାଶିବରାତ୍ରି ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସକାଳୁ ନାରିକେଳ, ଫୁଲ,ଧୁପ,ଦୀପ, କ୍ଷୀର,ଜଳ ଧରି ପ୍ରଭୁ ଚୈତ୍ରେଶ୍ବର ବାବାଙ୍କ ଠାରେ ଜଳ ଲାଗି କରିଥିଲେ। ଏହି ପରିପ୍ରେକ୍ଷିରେ ମନ୍ଦିର କମିଟି ସଭାପତି ଦୟାସାଗର ପୃଷେଠ, ସଂପାଦକ ହରେଶ ସାହୁ, କୋଷାଧ୍ୟକ୍ଷ ଚନ୍ଦ୍ରଭାନୁ ପୃଷେଠ, ପୂର୍ବତନ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ଭବାନୀ ଶଙ୍କର ନାଏକ,ଚତୁର୍ଭୁଜ ବାରିକ, ଏବଂ ସମସ୍ତ ପତ୍ରାପାଲି ର ଗ୍ରାମବାସୀ ସହଯୋଗ କରିଥିଲେ । ମନ୍ଦିର କମିଟି ତରଫରୁ ଶ୍ରଦ୍ଧାଳୁ ଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ତା କରାଯାଇଥିଲା। ଦିନବେଳେ ମହାମନ୍ତ୍ର କିର୍ତ୍ତନ୍ୟ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ରାତ୍ର ସମୟରେ ଭକ୍ତମାନେ ଉଜାଗର ରହି ମହାଦୀପ ଦର୍ଶନ କରିବା ସହିତ ଶିବ ଙ୍କର ଆରାଧନା କରିଥିଲେ ଏବଂ ତା ସହିତ ବରଗଡ଼ ସୋହେଲା ରୁ ଆସିଥିବା କୋଶଲ ଦଣ୍ଡ ନୃତ୍ୟ, କୃଷ୍ଣ ଗୁରୁ ଭଜନ,କିର୍ତ୍ତନ୍ୟ ,ସଂପ୍ରଦା ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।