ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଚେତନତା
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ବ୍ଳକ ପରିସରରେ ଚାଷୀଙ୍କ ଧାନକିଣାରେ ଯେମିତି କୌଣସି ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ତୀକ୍ଷ୍ଣଣ ନଜର ଦେବାପାଇଁ ଗଞ୍ଜାମ ଜିଲ୍ଲlପାଳନିର୍ଦ୍ଦେଶ ଦେବାପରେ ଆଜି ଚିକିଟୀ ବ୍ଲକ ପରିସରରେ ତହସିଲଦାର ବିଶ୍ୱ ରଞ୍ଜନ କହଁର ଓ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ସୋରେନ ମିଲର ଓ ସେବା ସମବାୟ ସମିତିର ସମ୍ପାଦକ ମାନଙ୍କ ସହିତ ଆଲୋଚନା କରିଛନ୍ତି l ତହସିଲଦାର କୌଣସି ଚାଷୀଙ୍କ ଟୋକେନ ଲାପସ ପ୍ରତି ଦୃଷ୍ଟି ଦେବାକୁ କହିବl ସହିତ ଲାପସ ଟୋକେନ ଗୁଡିକର ସମୟ ସୀମା ବୃଦ୍ଧି କରାଯାଇଥିବା ଉପରେ ଆଲୋକପାତ କରିବା ସହିତ କୌଣସି ବି ପରିସ୍ଥିତିରେ ମିଲରଙ୍କ ପାଖକୁ ଆସୁଥିବା ଧାନଗୁଡିକୁ ଅlଳ ଦେଖାଇ ଫେରସ୍ତ କରିଯାଇପାରିବ ନାହିଁ ବୋଲି ରୋକ ଠୋକ ତାଗିଦ କରିଥିଲେ l କୌଣସି ମଣ୍ଡିରେ ଚାଷୀଙ୍କ ଧାନକୁ ଅଟକାଇ ନ ରଖିବା, ମିଲର ଯେ କୌଣସି ପ୍ରକାରର ଧାନକୁ ଧାନ ଗ୍ରହଣ କରିବା ଓ ସମବାୟ ସମିତି ର ସମ୍ପାଦକ ଓ ମିଲରଙ୍କ ମଧ୍ୟରେ ସମନ୍ୱୟ ରଖି ଚାଷୀର ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା l ଏହି ଅବସରରେ ଯୋଗାଣ ନିରୀକ୍ଷକ ସ୍ମୃତିଶିକ୍ଷା କଳ୍ପରେଖା ସିଂ ସାମନ୍ତ, ମିଲର ରାଜେନ୍ଦ୍ର ପାଢ଼ୀ, ବଡବରଙ୍ଗl ସେବା ସମବାୟ ସମିତି ସମ୍ପାଦକ ନବ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଜି ତହସିଲଦାର ଓ ବିଡ଼ିଓ ବ୍ଲକର ସମସ୍ତ ସେବା ସମବାୟ ସମ୍ପାଦକ ଓ ମିଲରଙ୍କ ସହିତ ବୁଲି ବୁଲି ଜିଲ୍ଲାପାଳଙ୍କ ନିଁର୍ଧେଶକୁ କାର୍ଯକାରୀ କରିବା ପାଇଁ ସଚେତନ କରିଥିବା ବେଳେ ଆସନ୍ତା କାଲି ବ୍ଲକର ସମସ୍ତ ସେବା ସମବାୟ ସମିତି ସମ୍ପାଦକ ଓ ମିଲର ମାନେ ବସି ଜିଲ୍ଲା ପ୍ରଶାସନର ନିଁର୍ଧେଶକୁ କାର୍ଯକାରୀ କରିବାପାଇଁ ସ୍ଥିରୀକୃତ ହୋଇଥିବା ବିଷୟ ମିଲର ରାଜେନ୍ଦ୍ର ପାଢ଼ୀ ପ୍ରକାଶ କରିଛନ୍ତି l