ସମାଜସେବୀ ପ୍ରବୀର ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ବି.ଟି.ପୁର ଇଲେଭେନ୍ ଷ୍ଟାର କ୍ଲବ ପରିସରରେ ଭଦ୍ରକ ସହରର ବିଶିଷ୍ଟ ସମାଜସେବୀ ପ୍ରବୀର ମହାନ୍ତିଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସକାଳେ ଆଗରପଡା କଲେଜ ଛକସ୍ଥିତ ଗୋପିନାଥ ଜରା ନିବାସ ପରିସରରେ ଅନ୍ତେବାସୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ପରେ ଇଲେଭେନ ଷ୍ଟାର କ୍ଲବ୍ ପରିସରରେ ଆୟୋଜିତ ସ୍ମୁତି ଚାରଣ ସଭାକୁ ସାମ୍ବାଦିକ ହେମନ୍ତ ସିଂହ ପରିଚାଳନା କରିଥିଲେ । ସ୍ତମ୍ଭକାର ସୁବୋଧ କୁମାର ସାହୁଙ୍କ ସଭାପତିତ୍ୱରେ ଇଂ. ମଧୁସୂଦନ ସାହୁ, ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ଆଗରପଡା ବରିଷ୍ଠ ନାଗରିକ ସଂଘ ସଭାପତି କୈଳାସ ଚନ୍ଦ୍ର ଧଳ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ନୃତ୍ୟ ଗୁରୁ ଶୁଭେନ୍ଦୁ ଲେଙ୍କା, ବରିଷ୍ଠ ନାଗରିକ ଫକିର ଚରଣ ବାରିକ୍, ମଦନ ମୋହନ ଦାଶ, ଭୋଳାନାଥ ନାୟକ, ଶଙ୍ଖାଳି ଚରଣ ରାଉଳ, ଅଧ୍ୟାପିକା ପ୍ରତିମା ସାହୁ, ଯୁବନେତା ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା, ଗୋପିନାଥପୁର ସରପଞ୍ଚ ସବିତା ରାଣୀ ନାୟକ ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ବହୁମୁଖୀ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ସେ ଜୀବନ ବୀମା ନିଗମରେ ପରିଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ସମାଜର ଦୁସ୍ଥ ଓ ଅବହେଳିତ ଲୋକଙ୍କ ପାଇଁ ସାମାଜିକ କାର୍ଯ୍ୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ କାଶିନାଥ ବେହେରା, ହାଡିବନ୍ଧୁ ନାୟକ, ଶଶିଲତା ଶତପଥି, ବନମାଳୀ ବେହେରା, ଝୁନୁ ଜେନା, ପଞ୍ଚାନନ ଜେନା, ମହେଶ୍ୱର ଜେନାଙ୍କୁ ଶୀତ ବସ୍ତ୍ର, ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ସଂଚାର ନୃତ୍ୟ ଅନୁଷ୍ଠାନର ଶୌଚାଳୟ ଗୃହ ଓ ସଭା ମଞ୍ଚ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ସଂଚାର ପରିବାରର କୋଷାଧ୍ୟକ୍ଷ ରତ୍ନାକର ଦାସ, ଚିତ୍ତ ରଞ୍ଜନ ଦାସ, ଗାୟତ୍ରୀ ଦାସଙ୍କ ସମେତ ଅଭିଭାବକ ଚଞ୍ଚଳା ସାହୁ, ସୁମନ ଗୁପ୍ତା, ଗୀତା ମଲ୍ଲିକ୍, ମୌନାବତୀ ଦାସ, ତିଳେତ୍ତମା ଦାସ, ସନ୍ତୋଷ ଦାସ, ବିନୋଦ ବିହାରୀ ଖିଲାର ସହଯୋଗ କରିଥିଲେ ।