ସମ୍ବିଧାନ ଦିବସ ଏବଂ ଆପ୍ ର ସ୍ଥାପନା ଦିବସ ପାଳିତ

ଢେଙ୍କାନାଳ, (ତାପସଦାସ):ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଳର ପୁରୀ ବିଧାୟକ ପ୍ରାର୍ଥୀ ସତ୍ୟଜିତ ମହାନ୍ତି ଯୋଗଦେଇ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଧୂପଦାନ ସହିତ ପୂଜାର୍ଚନା କରି ସ୍ମୃତି ଚାରଣ କରିଥିଲେ l ତତସଙ୍ଗେ ବାଜିଚୌକ ଛକ ଠାରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଏକତ୍ରିତ ହୋଇ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦଳୀୟ କର୍ମୀ ମାନେ ପରସ୍ପରକୁ ଲଡ଼ୁ ଖୁଆଇ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଲଡ଼ୁ ଖୋଇ ସ୍ଥାପନା ଦିବସ ପାଳନ କରିଥିଲେ l ପରେ ଟାଟା ପାୱାରର ପ୍ରସ୍ତାବିତ ସ୍ମାର୍ଟ ମିଟର ଓ ବିଜୁଳି ଶୋଷଣ ନୀତି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବାଜିଚୌକ ଛକ ଠାରୁ ଏକ ପଟୁଆରରେ ବାହାରି ମୁଖ୍ୟ ବଜାରର ରାସ୍ତା ଦୁଇ ପାଖ ଲିଫଲେଟ ବଣ୍ଟନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ସେଠାରେ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା ଓ ଜିତେନ୍ଦ୍ର ବେହେରା, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା, ପରଜଙ୍ଗ ବ୍ଲକ କାର୍ଯ୍ୟକାରୀ ସଭାପତି ଆଇନଜୀବୀ ସରୋଜ ଧଳ, କାମାକ୍ଷାନଗର ବ୍ଲକର ସୁବୋଧ ବେହେରା ଓ କାର୍ତ୍ତିକ ସାମଲ, କଙ୍କଡ଼ାହାଡ଼ର ଅରୁଣ ଦାସ, ଭୁବନ ବ୍ଲକର ଗୌରାଙ୍ଗ ସାମଲ, ସଦର ବ୍ଲକର ଅନିଲ ସାମଲ ଓ ରାଜକୁମାର ପ୍ରଧାନ, ପୌରାଞ୍ଚଳର ଦେବାଶିଷ ନନ୍ଦ, ହିନ୍ଦୋଳ ବ୍ଲକର ରୁନୁବାଳା ଚିନାରା ଓ ଦୀନବନ୍ଧୁ ସାହୁ, ଓଡାପଡ଼ା ବ୍ଲକର ସନାତନ ନାଏକଙ୍କ ପରିଚାଳନାରେ ଦଳୀୟ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରି ଟାଟା ପାୱାରର ସ୍ମାର୍ଟ ମିଟର ବିରୁଦ୍ଧରେ ଗର୍ଜନ କରିଥିଲେ l ଗତ ନିର୍ବାଚନ ସମୟରେ ଖୋଲା ମଞ୍ଚରେ ୩୦୦ ୟୁନିଟ ବିଜୁଳି ଦେୟମୁକ୍ତ ଯୋଗାଇ ଦେବା ପ୍ରତିଶୃତି ଦେଇ ବର୍ତ୍ତମାନ ଏଥିରୁ ଓହରି ଯାଇଛି ରାଜ୍ୟ ବିଜେପି ସରକାର। ବିଜୁଳି ମାଗଣା ଦେବା ଦୂର କଥା ଏବେ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ନାଁ ରେ ଅତିରିକ୍ତ ସାତ ହଜାର ଟଙ୍କା ବୋଝ ଲଦି ଦେବାକୁ ମସୁଧା ଚଳାଇଛି। ପୂର୍ବରୁ ମିଟର ବାବଦକୁ ବିଦ୍ୟୁତ କମ୍ପାନୀ ପ୍ରତ୍ୟେକ ଉପଭୋକ୍ତାଙ୍କ ଠାରୁ ସିକୁରିଟି ଟଙ୍କା ନେଇ ସାରିଥିବା ବେଳେ ପୁଣି ନୂଆ ସ୍ମାର୍ଟ ମିଟର ପାଇଁ ଆଉ ଥରେ ୭,୦୦୦ ଟଙ୍କା ଆଦାୟ କରିବା ଉପଭୋକ୍ତାଙ୍କୁ ଶୋଷଣ ନୁହେଁ କି? ପରିବର୍ତ୍ତନ ନାଁ ରେ ଓଡ଼ିଶାବାସୀଙ୍କ ସହ ଏକ ଛଳନା କରାଯାଉଛି। ଓଡ଼ିଶା ବିଜୁଳି ଉତ୍ପାଦନରେ ବଳକା ରାଜ୍ଯ ହୋଇଥିବା ବେଳେ ବଳକା ବିଜୁଳି ଅନ୍ଯ ରାଜ୍ୟକୁ ବିକ୍ରି କରୁଛି l ଅଥଚ ଓଡ଼ିଶାର ଲୋକମାନଙ୍କୁ ଆଜି ପର୍ଯ୍ୟନ୍ତ ଉଚିତ୍ ମାନ ଓ ସେବା ଶକ୍ତି ବିଭାଗ ଯୋଗାଇ ପାରୁନାହିଁ। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଓଡ଼ିଶାରୁ ବିଜୁଳି କିଣି ଦିଲ୍ଲୀ ବାସୀଙ୍କୁ ଯଦି ମାଗଣା ବିଜୁଳି ଯୋଗାଇ ପାରୁଛି, ଓଡ଼ିଶାରେ କାହିଁକି ତାହା ସମ୍ଭବ ନୁହେଁ? ପୂର୍ବରୁ ବିଜେଡି ସରକାର ଓଡ଼ିଶାର ବିଜୁଳି ବିଭାଗକୁ ୨୫ ବର୍ଷ ପାଇଁ ଟାଟା କମ୍ପାନୀକୁ ବିକ୍ରି କରିଦେଇଥିବା ବେଳେ ବର୍ତ୍ତମାନ ବିଜେପି ସରକାର ଓଡ଼ିଶାବାସୀଙ୍କୁ ପ୍ରତାରଣା କରୁଛି l ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ଦାବି କରିଛି ୩୦୦ ୟୁନିଟ ଦେୟମୁକ୍ତ ବିଜୁଳି ଓଡ଼ିଶାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉ, ଟାଟା ପାୱାରର ପ୍ରସ୍ତାବିତ ସାତ ହଜାର ଟଙ୍କା ନେଇ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରାଯାଉ, ୨୪×୭ ନିରବଛିନ୍ନ ବିଜୁଳି ଯୋଗାଯାଉ, ଲୋ- ଭୋଲ୍ଟେଜକୁ ଦୂର କରିବାପାଇଁ ଉପଯୁକ୍ତ ଟ୍ରାନ୍ସଫର୍ମର ଲଗାଯାଉ ଓ ବିଜୁଳି ବିଲ ନଦେଇ ପାରିଥିବା ଯୋଗୁଁ ଯେଉଁ ଗରିବ ଉପଭୋକ୍ତା ମାନଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି ସେମାନଙ୍କର ପୁନଃ ସଂଯୋଗ କରାଯାଉ l ଯଦି ଉପରୋକ୍ତ ଦାବି ଗୁଡିକ ପୂରଣ କରାନଯାଏ ତେବେ ଆମ୍ ଆଦମୀ ପାର୍ଟି ଏହି ଆନ୍ଦୋଳନ ଆହୁରି ତୀବ୍ରତର କରି ଏହାକୁ ଜାରି ରଖିବ l ଏହି କାର୍ଯ୍ୟକ୍ରମରେ ପିତାମ୍ବର ସାମନ୍ତରାୟ, ଜୟନ୍ତ ଦାସ, ପ୍ରସନ୍ନ ବରାଳ, ଶକ୍ତିରଞ୍ଜନ ମହାପାତ୍ର, ନାରୀନେତ୍ରୀ ରଚିତା ନାଏକ, ରୋହିତ ବେହେରା, ଅମର ପାତ୍ର, ଚିନ୍ମୟ ସେନାପତି, ରବିନାରାୟଣ ଭଞ୍ଜ, ଟୁନା ନାଏକ, ଅଜୟ ନାଏକ, ସୁଭାଶିଷ ନାୟକ, ଲକ୍ଷ୍ମଣ ଦାସ,ବିନୟ ସାହୁ, ମଳୟ ମହାରଣା, ବିଜୟ ନାୟକ, ଲକ୍ଷ୍ମଣ ନାଏକ, ବିକାଶ ଦାସ, ସୁଧାକର ପରିଡ଼ା, ଚନ୍ଦ୍ରଶେଖର ସ୍ୱାଇଁ, ଉପେନ୍ଦ୍ର ବିଶ୍ୱାଳ, ଅମୁଲ୍ୟ ନାଏକ, ବଳରାମ ଖିଲାର, ହେମନ୍ତ ବେହେରା, ରାଜେଶ ରଞ୍ଜନ ପରିଡ଼ା, ସନ୍ତୋଷ ନାୟକ, ବବିତା ସାହୁ, ଅକ୍ଷୟ ଖୁଣ୍ଟିଆ, ଲିପିକା ଖୁଣ୍ଟିଆ, ରୁନୁ ମହାରଣା, ରବିନାରାୟଣ ଚିନାରାଙ୍କ ସହିତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ଟାଟା ପାୱାର ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବାପାଇଁ ଢେଙ୍କାନାଳ ବାସୀଙ୍କୁ ସହଯୋଗ ଭିକ୍ଷା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ