ସମ୍ଭାବ୍ୟ ଘୋଟାଲାରେ ବଡ଼ସାହି ଆବର୍ଜନା କୁଣ୍ଡ ଫଳକରେ ନାହିଁ କେତେ ଟଙ୍କାର କାମ

ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ର ସମସ୍ତ ପଞ୍ଚାୟତର ସମସ୍ତ ୱାର୍ଡରେ ନିର୍ମିତ ହୋଇଥିବା ଆବର୍ଜନା କୁଣ୍ଡ ହୋଇ ଛି । ସେଥିରେ ଥିବା ଫାଳକରେ କେତେ ଟଙ୍କାର କାମ ଲେଖା ନାହିଁ । ଯେଉଁ ଥିରେ ଏସ ବି ଏମ୍ ଶତକଡା ୭୦ ଏସ ଏଫ୍ ସି ଶତକଡା ୩୦ ୨୦୨୩-୨୪ମସିହାର କାମ ଏବଂ ସ୍କିମ ୧୫ତମ ସି ଏଫ୍ ସି ଲେଖା ଯାଇଛି । ଯାହାଫଳରେ ଆବର୍ଜନା କୁଣ୍ଡ ନିର୍ମାଣରେ ସର୍ବ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏ ସମ୍ପର୍କିତ କାର୍ଯ୍ୟ ବୁଝୁ ଥିବା ବଡ଼ସାହି ବ୍ଲକ ରେଣୁ ବାଳା କର ଙ୍କୁ ବୁଝିବାରୁ ସେ କହିଲେ କୋଡ଼ିଏ ହଜାର ଟଙ୍କାର କାମ ଏବଂ ଫୋଳକରେ ଲେଖା ଯିବା କଥା । ଲେଖା ନାହିଁ କାହିଁ ମୁଁ ଜାଣେନା । ଏଥିରୁ ଜଣା ପଡୁଛି ମା ଡା ମ ଜଣକ ବଡ଼ସାହି ବ୍ଲକ ସ୍ୱଚ୍ଛ ଭାରତ ଦାୟିତ୍ଵ ରେ ଥିଲେ ସୁଦ୍ଧା କୌଣସି ଦିନ କାର୍ଯ୍ୟ ଦେଖିବାକୁ ଯାଆନ୍ତି ନାହିଁ । ଯେଉଁଠି ଗୋଟିଏ ପାଇଖାନା ଗୃହ ପାଇଁ ବାର ହଜାର ଖର୍ଚ୍ଚ ଦେଉ ଥିବା ବେଳେ କିଛି ନ ଥାଇ ପାଇଖାନା କୁଣ୍ଡ କୋଡ଼ିଏ ହଜାର ଯାହାକି ଆକାଶ ପାତାଳ ଟଫାତ । ଅଧିକ ଜାଣିବା ଲାଗି ଉପାଧ୍ୟକ୍ଷ କାଞ୍ଚନ ପ୍ରଧାନ ଙ୍କୁ ବୁଝି ଵାରୁ ଏ ସବୁ ଆମ ଲେଡ ର କାମ ହୋଇ ଥିବା ବେଳେ ଅଫିସ ମହଲ ସ୍ୱଚ୍ଛ ଭାରତ ଲେଖି ଏବଂ କାମର ମୂଲ୍ୟ ନ ଲେଖା କରାଇ ଆମ୍ଭ ମାନଙ୍କୁ ବଦନାମ କରିବାକୁ ପ୍ରୟାସ କରୁ ଅଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଯେଉଁ ଅଞ୍ଚଳର ବିଧାୟକ ଅନ୍ୟ ଅଞ୍ଚଳର ଅନ୍ୟାୟ କାର୍ଯ୍ୟ କଲାପ ଦେଖି ବିଧାନ ସଭା କମ୍ପାଇ ପକାନ୍ତି । ଏ ଅଞ୍ଚଳର ଏପରି କାର୍ଯ ପାଇ ଚୁପ୍ କାହିଁକି ? ଏଣୁ ବଡ଼ସାହି ଅଞ୍ଚଳର ସର୍ବ ସାଧାରଣଙ୍କ ଦାବି ଏହାର ଏକ ଉଚ୍ଚ ସ୍ତରୀୟ।ତଦନ୍ତ ହେବା ଆବଶ୍ୟକ ।ଏହା ଦ୍ବାରା ଏଥିରେ ଥିବା ଦୁର୍ନୀତି ଲୋକେ ଜାଣି ପାରିବେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ