ସମ୍ଭାବ୍ୟ ବାତ୍ୟାକୁ ନେଇ ବ୍ଲକ ପ୍ରଶାସନ ପ୍ରସ୍ତୁତି, ଜିରୋ କାଜୁଆଲଟି ଉପରେ ଗୁରୁତ୍ବାରୋପ

ହାଟଡିହି, (ବିକାଶ ବିଶ୍ୱାଳ):ଆସନ୍ତା୨୩ ତାରିଖ ଠାରୁ ୨୫ତାରିଖ ପର‌୍ୟ୍ୟନ୍ତ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହାଟଡ଼ିହି ବ୍ଲକ ପ୍ରଶାସନ ପ୍ରସ୍ତୁତି ଯୋଗଦାର କରିଛି। ଆଜି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବ୍ଲକ କାର‌୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ତହସିଲଦାର ହାବିଲ ଖାଖା, ବ୍ଳକ ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ସାହୁ, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଉମାମଣୀ ମହାପାତ୍ର ପ୍ରମୁଖ ଯୋଗଦେଇ ସମ୍ଭାବ୍ୟ ବାତ୍ୟାକୁ ନେଇ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ଅଗ୍ନିଶମ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଂଗଲ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲାର ସନ୍ନିକଟରେ ଏହି ବ୍ଳକଟି ଥିବାରୁ ବାତ୍ୟାର ପ୍ରଭାଵ ଏଠାରେ ଅଧିକ ରହିବ, ତେଣୁ ସମସ୍ତ ବିଭାଗ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। ଚାଳଘରେ ଥିବାଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟ ସ୍ଥଳୀ ମାନଙ୍କରେ ରଖାଯିବାର ବ୍ୟବସ୍ଥା କରାଯିବା ସହ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଭଦ୍ଧାର କାର‌୍ୟ୍ୟ ଓ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଆସନ୍ତାକାଲି ସୁଧା ଏନ.ଡ଼ି.ଆର.ଏଫର ଏକ ଟିମ ବ୍ଲକ କାର‌୍ୟ୍ୟାଳୟରେ ପହଞ୍ଚୁଥିବା ବିଡିଓ ସୁଚ଼ନା ଦେଇଥିଲେ। ଏହି ବୈଠକରେ ବନ୍ୟା ପ୍ରଭାବିତ ଆଇତିପୁର, ଗେଡମା, ହାବଳେଶ୍ୱର, ସମଣା, ଆମ୍ବୋ ପ୍ରଭୃତି ପଞ୍ଚାୟତର ପିଇଓ ଜିଆରଏସ ମାନେ ଉପସ୍ଥିତ ରହି ସେମାନଙ୍କ ପଞ୍ଚାୟତ ମାନଙ୍କରେ କି କି ପ୍ରକାର ଆଗୁଆ ପଦକ୍ଷେପ ନିଆଯିବ ତାହା ଉପରେ ଆଲୋଚନା କରିଥିଲେ। ରେଞ୍ଜର ମାର୍ସଲ କିସ୍କୁ , ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ କ୍ଷୀରୋଦ ବେହେରା, ରଜତ କୁମାର ସେଠୀ, କୃଷି ଅଧିକାରୀ ଡ. ଦେବୀ ପ୍ରସନ୍ନ ଖୁଣ୍ଟିଆ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଲିପୁ ଚ଼ରଣ ଜେନା, ପିଇଓ ଜିତେନ୍ଦ୍ର କୁମାର ଜେନା, ମହେଶ୍ୱର ସାହୁ, ଭାରପ୍ରାପ୍ତ ଜିପି.ଓ ଶରତ କୁମାର ବେଜ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମଧୁସୁଦନ ସାମଲ ଙ୍କ ସମେତ ଅନେକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ