ସରକାରୀ ଜମିକୁ ଜବରଦସ୍ତ ଜବର ଦଖଲ ଉଦ୍ୟମ ପ୍ରଶାସନ କୁ ଚ୍ୟାଲେଞ୍ଜ

ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ବଡ଼ମାଲ ଛକରେ ଜଣେ ବ୍ୟକ୍ତି ସରକାରି ଜଙ୍ଗଲ ଜମିକୁ ଜୋର ଜବରଦସ୍ତ ଜବର ଦଖଲ କରୁଥିବା ରୁ ବଡ଼ମାଲ ଅଞ୍ଚଳ ସାଧାରଣଲୋକେ ଜମନକିରା ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ଅଭିଯୋଗ ପରେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତ ଉକ୍ତ ସ୍ଥାନରୁ ଜବର ଦଖଲ ଉଛେଦ କରାଯାଇଥିଲା ଓ ଉକ୍ତ ସ୍ଥାନକୁ ବଡ଼ମାଲ ଧାନ ମଣ୍ଡି ଭାବେ ସମ୍ବଲପୁର ଜିଲ୍ଲା ପାଳ, କୁଚିଣ୍ଡା ଉପଜିଲ୍ଲାପାଳ, ଜମନକିରା ତହସିଲଦାର, ଜମନକିରା ପୋଲିସ, ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ କୁଚିଣ୍ଡା ବିଧାୟକ ତଥା ମନ୍ତ୍ରୀ ରବି ନାରାୟଣ ନାଏକ ପୂଜା ଅର୍ଚନା କରିଥିଲେ ଓ ଏହି ସ୍ଥାନକୁ ବଡ଼ମାଲର ନୂତନ ଧାନ ମଣ୍ଡି ଭାବେ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମର କିଛି ଦିନ ପରେ ଉକ୍ତ ବ୍ୟକ୍ତି ସେଠାରେ ପୁଣି ଜବର ଦଖଲ ଉଦ୍ୟମ ଆରମ୍ଭ କରିଛି। ଏପରିକି ଜବର ଦଖଲ ସମୟରେ ଜଙ୍ଗଲ ଜମି ରେ ଥିବା ଛୋଟ ବଡ଼ ବୁଦା ସହିତ ଅନେକ ବୁଦା ଗଛ କଟାଯାଉଥିବା ବନ ବିଭାଗୀୟ ଅଧିକାରୀଙ୍କୁ ଜଣା ଯାଇଥିଲା ହେଲେ ବନ ବିଭାଗୀୟ ଅଧିକାରୀ ପକ୍ଷରୁ ଉକ୍ତ ବ୍ୟକ୍ତି କୁ ଏଭଳି କାର୍ଯ୍ୟ କୁ ବାରଣ କରି ମନା କରାଯାଇଥିଲା କିନ୍ତୁ ବ୍ୟକ୍ତି ଜଣକ କାହାରିକୁ ଖାତିର ନ କରି ପୁଣି ଜବର ଦଖଲ ଆରମ୍ବ କରି ସେଠାରେ ଏକ କୁଡ଼ିଆ ମଧ୍ୟ ତିଆରି କରିଛି। ଏପରିକି ଅଞ୍ଚଳ ବାସି ଏହାକୁ ବାରଣ କଲେ ଉକ୍ତ ବ୍ୟକ୍ତି ଜଣକ ମାରଣାଅସ୍ତ୍ର ଦେଖାଇ ଅଞ୍ଚଳ ବାସୀଙ୍କୁ ଭୟଭୀତ କରୁଥିବା ଗ୍ରାମ ବାସି ପ୍ରକାଶ କରିଛନ୍ତି। ଏଭଳି ପରିସ୍ଥିତି ରେ ଗ୍ରାମରେ ଉକ୍ତ ଘଟଣା କୁ ନେଇ ଅସନ୍ତୋଷ ର ବାତାବରଣ ଥିବା ଦେଖିବାକୁ ମିଳୁଛି। ଜଣେ ସାଧାରଣ ବ୍ୟକ୍ତି କେଉଁ ସାହସ ରେ ଏଭଳି କାର୍ଯ୍ୟ କରୁଛି, ନିଶ୍ଚିତ କୌଣସି ରାଜ ନୈତିକ ବ୍ୟକ୍ତିଙ୍କ ସହିତ ଉକ୍ତ ବ୍ୟକ୍ତିର ସମ୍ପର୍କ ରହିଥିବ ଓ ସେଥିପାଇଁ ସେ ସରକାରୀ ଜମିକୁ ଜବରଦସ୍ତ ଜବର ଦଖଲ ଉଦ୍ଧମ କରି ପ୍ରଶାସନ କୁ ଏଭଳି ଖୁଲ୍ଲମ ଖୁଲ୍ଲା ଚ୍ୟାଲେଞ୍ଜ କରି ମନ୍ତ୍ରୀ ଙ୍କୁ କାର୍ଯ୍ୟକ୍ରମ କୁ ଅବମାନନା କରୁଥିବା ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ହେଉଛି। ଏ ସମ୍ପର୍କ ରେ ଜମନକିରା ତହସିଲଦାର ଙ୍କୁ ପଚାରିବାରୁ ଉକ୍ତ ବ୍ୟକ୍ତି କୁ ବୁଝାଯାଇଥିଲା ହେଲେ ବର୍ତମାନ ଆଉଥରେ ଏଭଳି କାର୍ଯ୍ୟ କରିବା ଠିକ କଥା ନୁହେଁ ସେ କଣ କରୁଛି ଆମେ ଯଥାଶୀଘ୍ର ଦେଖି ଉଚିତ ପଦକ୍ଷେପ ନେବୁ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ