ସରକାରୀ ପଲିଟେକ୍ନିକରେ ଉତ୍କର୍ଷ ଓଡିଶା ସଚେତନତା କାର୍ଯ୍ୟକ୍ରମ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ):ଅର୍ଥନୈତିକ ଅଭିବୃଦ୍ଧିରେ ଓଡିଶାକୁ ଆଗେଇ ବିଶ୍ବସ୍ତରରେ ଏହାକୁ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ କେନ୍ଦ୍ର କରିବା ଲକ୍ଷ୍ୟ ନେଇ ଭୁବନେଶ୍ବର ଠାରେ ଓଡିଶା ସରକାରଙ୍କ ଏମଏସଏମଇ ବିଭାଗ ତରଫରୁ ଆସନ୍ତା ଜାନୁଆରୀ 28 ତାରିଖ ଠାରୁ ଉତ୍କର୍ଷ ଓଡ଼ିଶା, ମେକ ଇନ ଓଡିଶା କନକ୍ଲେଭ 2025 ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହି ପରିପ୍ରେକ୍ଷୀରେ ଛାତ୍ର-ଛାତ୍ରୀ ତଥା ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ସଚେତନତା ତଥା ଔଦ୍ୟୋଗିକ ଚିନ୍ତାଧାରାକୁ ବିକାଶ କରି ସେମାନଙ୍କୁ ଏହି କନକ୍ଲେଭର ଅଂଶୀଦାର କରିବା ଲକ୍ଷ୍ୟ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ପଲିଟେକ୍ନିକ ଠାରେ ଷ୍ଟାର୍ଟପ ଓଡିଶା ସହାୟତାରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ କମ୍ବୁପାଣି ମେହେର ଙ୍କ ଅଧ୍ଯକ୍ଷତାରେ ଅନିଷ୍ଠିତ ହୋଇଯାଇଛି. ଏଥୁରେ ଷ୍ଟାର୍ଟପ ଓଡିଶା ତରଫରୁ ସିବାଙ୍କିତ ଦାସ ଛାତ୍ର-ଛାତ୍ରୀ ତଥା ଯୁବ ଉଦ୍ୟୋଗୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା-ସଯୋଗ ଉପରେ ଆଲୋକପାତ କରିଥିଲେ. ଭୁବନେଶ୍ବର ସୋଆ ଇନକ୍ୟୁବେଶନ ସେଣ୍ଟରର ରାଜୀବ କୁମାର
ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଛାତ୍ର-ଛାତ୍ରୀଙ୍କ ଦ୍ବାରା
କିପରି ଷ୍ଟାର୍ଟପ କମ୍ପାନୀ ମାନ ଗଢା ଯାଇ ପାରିବ ତଥା ମୟୂରଭଞ୍ଜରେ ଉପଲବ୍ଧ ବିଭିନ୍ନ ଷ୍ଟାର୍ଟପ ସୁଯୋଗ ଉପରେ ଧାରଣା ଦେଇ ଥିଲେ. ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଫେସର ଏମ. ହିମବିନ୍ଦୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡିଶାର ଭବିଷ୍ୟତ ଶିଳ୍ପ ଗଠନରେ ଶିକ୍ଷାନୁଷ୍ଠାନର
ଭୂମିକା ଶୀର୍ଷକରେ ନିଜର ବକ୍ତବ୍ୟ ରଖିଥିଲେ.
ଇନ୍ଫୋସିରିଆସବେଶ ଇନ୍ଫୋକ୍ରିଏଟିଭ ର ନିର୍ଦ୍ଦେଶକ ଇଂ ସୌମ୍ୟରଂଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ଅଧିକାରୀ ମାନେ ସହଯୋଗ କରିଥିଲେ. ଏଥିରେ ପାଖାପାଖି 150 ଜଣ ଛାତ୍ର-ଛାତ୍ରୀ ଓ ସ୍ଥାନୀୟ ଯୁବ ଲଘୁ ଉଦ୍ୟୋଗୀ ଅଂଶଗ୍ରହଣ କରି ନିଜ ନିଜର ଅଭିନବ ଔଦ୍ୟୋଗିକ ଚିନ୍ତାଧାରା ଅତିଥିଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ. ଏହି ଅବସରରେ
ଆୟୋଜିତ କୁଇଜ ଓ ଇନୋଭେଶନ ଚ୍ୟାଲେଞ୍ଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ପରେ
ଅନୁଷ୍ଠାନ ର ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ.