ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ର ନୂତନ ଅଧ୍ୟକ୍ଷ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ରେ ନୂତନ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଛନ୍ତି। ୦୧ ଜାନୁଆରି ୨୦୨୫ ତାରିଖ ଠାରୁ ଭୂତତ୍ୱ ବିଜ୍ଞାନ ପ୍ରଫେସର୍ ଡକ୍ଟର ଲଳିତ ରଞ୍ଜନ ସାହୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବ ରୁ ପ୍ରଫେସର୍ ସାହୁ ସରକାରୀ ମହାବିଦ୍ୟାଳୟ ସୁନ୍ଦରଗଡ ରେ ଚାରି ବର୍ଷ କାଳ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ। ମହାବିଦ୍ୟାଳୟ ର ଷ୍ଟାଫ୍ କ୍ଲବ୍ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ – ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନେ ମିଳିତ ଭାବେ ନୂତନ ଅଧ୍ୟକ୍ଷ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।