ସରକାରୀ ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଜଳ ଦିବସ ପାଳିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ର ସମସ୍ତ ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ବିଶ୍ବ ଜଳ ଦିବସ ପାଳିତ ହୋଇ ଯାଇଅଛି। ଭୂତତ୍ଵ ବିଜ୍ଞାନ ବିଭାଗ ମୁଖ୍ୟ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ଲଲିତ୍ ରଞ୍ଜନ ସାହୁ ଙ୍କ ନେତୃତ୍ବ ଓ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଶୈଖିକ ଅଧିକାରୀ ଡକ୍ଟର ଧର୍ମବୀର ମୋହନ ସିଂ ଯୋଗ ଦେଇ ଜଳ ର ମହତ୍ତ୍ଵ ଉପାଦେୟତା ସଂପର୍କ ରେ ବକ୍ତବ୍ୟ ରଖିଥିଲେ । ଉଦ୍ଭିଦ ବିଜ୍ଞାନ ର ବିଭାଗ ମୁଖ୍ୟ ସୁରେଶ ଚନ୍ଦ୍ର ଜେନା ଜଳ ର ସଂରକ୍ଷଣ ଓ ସୁବିନିଯୋଗ ସମ୍ପର୍କିତ ସଚେତନ ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପାୱାର ପ୍ରୋଜେକ୍ଟ ମାଧ୍ୟମ ରେ ଜଳର ସୃଷ୍ଟି ପ୍ରକ୍ରିୟା ଓ ଜଳ ର କୁବିନିଯୋଗ ଦ୍ୱାରା ବିଭିନ୍ନ ଉପାୟ ରେ କିପରି ପରିବେଶ ଦୂଷିତ ହେଉଛି ସେ ସଂପର୍କ ରେ ସମସ୍ତ ଙ୍କୁ ଅବଗତ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଶକ୍ତି ରଂଜନ ବେହେରା, ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର୍ ଲିଟୁ ମଲ୍ଲିକ, ଗଣିତ ବିଭାଗର ସହକାରୀ ପ୍ରଫେସର୍ ସତ୍ୟବ୍ରତ ପୁଟି, ଅଧ୍ୟାପକ ରଜତ କୁମାର ପାଢ଼ୀ ପ୍ରମୂଖ ଅଧ୍ୟାପକ- ଅଧ୍ୟାପିକା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ବିଜ୍ଞାନ ବିଭାଗର ଛାତ୍ରୀ ମାନଙ୍କ ପାଇଁ ଜଳ ସମ୍ପର୍କିତ କୁଇଜ୍ ପ୍ରତିଯୋଗୀତା ଆୟୋଜନ କରାଯାଇ ଉତ୍ତୀର୍ଣ୍ଣ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭୂତତ୍ତ୍ଵ ବିଜ୍ଞାନ ବିଭାଗର ପାଠଚକ୍ର ସମ୍ପାଦିକା କୁମାରୀ ତିତିଶ୍ୟା ମନୋଜ ମହାନ୍ତ କାର୍ଯକ୍ରମ ସଂଚାଳନ ଓ ଧନ୍ୟବାଦ ଅର୍ପଣ କରିଥିଲେ।