ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବ ନିଯୁକ୍ତ ସି.ଡି.ଏମ୍‌.ଓ. ଡ.ଗୋପୀନାଥ ପରିଡାଙ୍କୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି । ଏହି ସମ୍ବର୍ଦ୍ଧନା ଅବସରରେ ପୂର୍ବତନ ସି.ଡି.ଏମ୍‌.ଓ. ଡ. ଦୁଲାଲ ସେନ ଜଗଦେବ, ଏ.ଡି.ଏମ. ଓ. ଡ. ମୃତ୍ୟୁଞ୍ଜୟ ମିଶ୍ର, ଡ. ଚୌଧୁରୀ ଡ. ସୁମିତ୍ରା ଦେ ଓ ଅନୀଲ ମହାନ୍ତି, ଡି. ପି.ଏମ୍‌. ପ୍ରଭୃତି ଉପସ୍ଥିତ ଥିଲେ । କ୍ରିୟାନୁଷ୍ଠାନ କମିଟି ତରଫରୁ ସଭାପତି ଆଇନଜୀବୀ ନିରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ ନିରଞ୍ଜନ ରାଉତ, ପ୍ରଫୁଲ୍ଲ କୁମାର ଦାସ, ଶତ୍ରୁଘ୍ନ ମଲ୍ଲିକ, ଶ୍ୟାମ ସୁନ୍ଦର ଜେନା, ଭବେଶ ମହାପାତ୍ର, ରବିନ୍ଦ୍ର ପାଣିଗ୍ରାହୀ ଓ ଯଶୋଦା ନନ୍ଦନ ଆସ ପ୍ରମୁଖ ସମ୍ବର୍ଦ୍ଧନାରେ ଅଂଶ ଗ୍ରହଣ କରିଥିଲେ । ହୃଦରୋଗ ବିଭାଗର ଜଣେ ବରିଷ୍ଠ ଚିକିତ୍ସାଧିକାରୀ ସି.ଡି.ଏମ.ଓ. ଭାବେ ନିଯୁକ୍ତ ହୋଇଥିବାରୁ ଜିଲ୍ଲାବାସୀଙ୍କ ମହଲରେ ଆନନ୍ଦ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ