ସରପଞ୍ଚଙ୍କ ଅକାଳ ବିୟୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶାସକ ଦଳ ସମର୍ଥିତ ତଥା ହିଞ୍ଜିଳି ବ୍ଳକ ଧୋବାଡି ପାଟପୁର ପଞ୍ଚାୟତର ଅଧୁନା ସରପଞ୍ଚ ନନ୍ଦ କିଶୋର ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି।ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବା ବେଳେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା।ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ଶନିବାର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ଵିୟୋଗ ଖବର ପ୍ରଚାରିତ ହେବା ପରେ ଆଖ ପାଖ ଅଞ୍ଚଳ, ବନ୍ଧୁ ପରିଜନ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।ସ୍ବର୍ଗତ ପ୍ରଧାନ ଗୋପାଳେଶ୍ୱର ପାଣି ପଞ୍ଚାୟତର ସଭାପତି ଭାବେ କାର୍ଯ୍ୟଭାର ସମ୍ପାଦନ କରୁଥିବା ବେଳେ ତାଙ୍କ ସାଙ୍ଗଠନିକ ଦକ୍ଷତା, ମେଳାପୀ ନେତା ଭାବେ ସମସ୍ତଙ୍କ ଅତି ପ୍ରିୟପାତ୍ର ଥିଲେ ବୋଲି ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଅକାଳ ବିୟୋଗ ଖବରରେ ଦୁଃଖ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ