ସରସ୍ବତୀ ଶିଶୁ ମନ୍ଦିର ରେ ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଆଜି ଶନିବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର (ହିନ୍ଦୀ ବିଭାଗ) ସମ୍ମିଳନୀ କକ୍ଷରେ ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ସାଥିଆ ଙ୍କ ଅଧ୍ୟକ୍ଷତାରେ ବରଗଡ଼ ଇସ୍କନ ପକ୍ଷରୁ ଏକ ଆଧ୍ୟାତ୍ମିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ଏଥିରେ ବରଗଡ଼ ଇସ୍କନ ସେଣ୍ଟର ର ପ୍ରଧାନ ସେବକ ରାଜେଶ ପ୍ରଭୁ ଜୀ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କର ଅମୂଲ୍ୟ ଜ୍ଞାନ ପ୍ରଦାନ କରିଥିଲେ !ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ କିପରି ଭାବେ ବୃଦ୍ଧି ପାଇବ ଏବଂ ସମାଜରେ ଏକ ଉତ୍ତମ ମଣିଷ ଭାବେ ନିଜକୁ ଗଢିତୋଳିବେ ସେଥିପାଇଁ ବରଗଡ଼ ଇସ୍କନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ପ୍ରୟାଗରାଜ ମହାକୁମ୍ଭର ପବିତ୍ର ମୌନି ଅମାବାସ୍ୟା ଦିନ ତ୍ରିବେଣୀ ସଙ୍ଗମ ର ଜଳ ଛାତ୍ର ଛାତ୍ରୀ ତଥା ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅର୍ପଣ କରାଯାଇଥିଲା ! ଭବିଷ୍ୟତରେ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏହିପରି କାର୍ଯ୍ୟକ୍ରମ କରାଯାଇ ପବିତ୍ର ତ୍ରିବେଣୀ ସଙ୍ଗମ ର ଜଳ ଅର୍ପଣ କରାଯିବ ବୋଲିି ବରଗଡ଼ ସେଣ୍ଟର ର ପ୍ରଚାରକ ଶ୍ରୀ ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ !ଶିଶୁ ମନ୍ଦିର ର ସହକାରୀ ଶିକ୍ଷକ ଆଦି ଯୋଗଦେଇ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଇସ୍କନ ସେଣ୍ଟର ର ପ୍ରଧାନ ସେବକ ରାଜେଶ ଦାଶ ପ୍ରଭୁ, ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ, କିଶୋର କୁମାର ହୋତା,ଝସକେତନ ମେହେର,ଗଜରାଜ ପ୍ରଧାନ, ରଶ୍ମିତା ମିଶ୍ର, ସମରେନ୍ଦ୍ର ପଣ୍ଡା, ତନୁଜା ପାତ୍ର, ସୁରେଶ୍ଵରୀ ପ୍ରଧାନ, ମୁସ୍କାନ, ସୌଦାମିନୀ ହୋତା ଆଦି ଯୋଗଦେଇଥିଲେ !ଖିରୋଦ ପ୍ରଧାନ,ସରତ ମିଶ୍ର ହାରମୋନିୟମ ଓ ତବଲା ବାଦକ ରେ ସହଯୋଗ କରିଥିବା ବେଳେ ଖୁସବୁ ଶର୍ମା ଓ ପଦ୍ମିନୀ ପୁରୋହିତ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ !ଶେଷରେ ପ୍ରଧାନ ଆଚାର୍ଯ୍ୟ ଦିଲୀପ କୁମାର ସାଥିଆ ଧନ୍ୟବାଦ ଅର୍ପଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ