ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବ
ଛତ୍ରପୁର,(ୱାଏନଏସ): ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ପୌରହିତ୍ୟରେ ପୂଜାକାର୍ଯ୍ୟ ସମ୍ପାଦନ ହୋଇଥିଲା । ସଂସ୍କୃତ ଆଚାର୍ଯ୍ୟ ତଥା ପଣ୍ଡିତ ମନୋରଞ୍ଜନ ଦାଶ, କୈଳାଶ ଚନ୍ଦ୍ର ଶତପଥୀ ପୂଜା ବିଧି ସମ୍ପାଦନ କରିଥିଲା ବେଳେ କୋଷାଧ୍ୟକ୍ଷ ଏ ରାବଣା ରାଓ ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ପୂର୍ବତନ ସଭାପତି ରାଜନୀକାନ୍ତ ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ତଥା ସହରର ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପୂଜାରେ ଯୋଗଦେଇଥିଲେ । ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନିର୍ମିତ ଗଜାନନଙ୍କ ଚିତ୍ର ବିଦ୍ୟାଳୟର କାନ୍ଥଗୁଡ଼ିକ ସୁନ୍ଦର ଭାବରେ ଲାଗିବା ସହ ବିଦ୍ୟାଳୟଟି ଉଜ୍ଜ୍ୱଳ ଆଲୋକ, ଫୁଲ ଏବଂ ତୋରଣରେ ସଜାଯାଇଥିଲା । ଏଥିରେ ସମସ୍ତ ଗୁରୁଜୀଗୁରୁମା ଓ ମଉସା ମାଉସୀ ସହଯୋଗ କରିଥିଲେ ।