ସର୍ବଭାରତୀୟ ଲେଟକଟ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଇଷ୍ଟକୋଷ୍ଟ ରେଲୱେ ଏବଂ ରାଇଜିଂ ଷ୍ଟୁଡେଣ୍ଟ କଟକ ଟିମ ସେମିଫାଇନାଲରେ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଲେଟକଟ ପଡିଆରେ ଚାଲିଥିବା ସର୍ବଭାରତୀୟ ଲେଟକଟ ଟି 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଇଷ୍ଟକୋଷ୍ଟ ରେଲୱେ ଏବଂ ୟୁନିକ ଇଲେଭେନ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହେଇଥିଲା, ଇଷ୍ଟ କୋଷ୍ଟ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 8ଉଇକେଟ ରେ 197 ରନ କରିଥିଲେ. ଦଳ ପକ୍ଷରୁ ଅଙ୍କିତ ଯାଦବ 59 ଏବଂ ଗିରିଜା ରାଉତ 53 ରନ କରିଥିବା ବେଳେ ୟୁନିକ ଦଳ ପକ୍ଷରୁ ପ୍ରଶାନ୍ତ ତ୍ରିପାଠୀ 3ଏବଂ ଅରୁଣ ମହାରଣା 3ଟି ଉଇକେଟ ନେଇଥିଲେ. ଜବାବରେ ୟୁନିକ 17.2 ଓଭରରେ ସମସ୍ତ ଉଇକେଟ ହରେଇ 137 ରନ ସଂଗ୍ରହ କରି 60 ରନରେ ପରାସ୍ତ ହୋଇଥିଲେ. ଦଳ ପକ୍ଷରୁ ଜ୍ଞାନରଞ୍ଜନ ନାୟକ 28 ଏବଂ ଅନିଲ କୁମାର ରାଉତ 31 ରନ କରିଥିଲେ. ଇଷ୍ଟକୋଷ୍ଟ ପକ୍ଷରୁ ଏସାର 3 ଓ ଏମ.ପାଣ୍ଡେ 2 ଟି ୱଇକେଟ ନେଇଥିଲେ.
ଦ୍ଵିତୀୟ କ୍ୱାଟର ଫାଇନାଲ ରାଇଜିଙ୍ଗ ସ୍ତୁଡେଣ୍ଟ କଟକ ଓ ସିକେପି ରେଲୱେ ଝାରଖଣ୍ଡ ମଧ୍ୟରେ ହେଇଥିବା ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଣ୍ଟ ପ୍ରଥମେ ବ୍ୟାଟିଂ କରି 16.5 ଓଭର ରେ ସମସ୍ତ ଉଇକେଟ ହରେଇ 129 ରନ କରିଥିଲେ ଦଳ ପକ୍ଷରୁ ମୋହିତ ରାମଚନ୍ଦ୍ର ବେହେରା 38 ଓ ବିକ୍ରମ ସାମଲ 31ରନ କରିଥିଲେ. ଝାରଖଣ୍ଡ ପକ୍ଷରୁ ଆଶିଷ ସିଂ ଏବଂ ପରମଜୀତ ସିଂ ପ୍ରତ୍ୟେକ 4ଟି ଲେଖାଏଁ ଉଇକେଟ ନେଇଥିଲେ. ଜବାବରେ ସିକେପି ରେଲୱେ 18.1 ଓଭର ରେ ସମସ୍ତ ଉଇକେଟ ହରେଇ 117 ରନ କରିବା ସହିତ 13ରନରେ ପରାସ୍ତ ହେଇଥିଲେ. ଦଳ ପକ୍ଷରୁ ସୁମିତ ଶର୍ମା 33 ଏବଂ ଧିରୁ ଶର୍ମା 22 ରନ କରିଥିବା ବେଳେ ରାଇଜିଂ ସ୍ଟଡେଣ୍ଟ ତରଫରୁ ସାଇବା ସିଂ ଏବଂ ଏମଡି ଦାନିସ ପ୍ରତ୍ୟେକ 4ଟି ଉଇକେଟ ନେଇଥିଲେ. ଆଜିର ପ୍ରଥମ ମ୍ୟାଚରେ ମୁଖ୍ୟଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଓ ସମ୍ମାନିତ ଅତିଥି ଭାବେ ଦେବାଶିଷ ପାତ୍ର ଦ୍ଵିତୀୟ ମ୍ୟାଚରେ ଯୁବ ନେତା ଶିରୀଶ ହେମ୍ବ୍ରମ, ସମାଜସେବୀ ନରତ୍ତମ ମହାନ୍ତ ଏବଂ ଶ୍ରୀକାନ୍ତ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ. ଲଲାଟେନ୍ଦୁ ବେହେରା ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ବେଳେ,
ଆଜିର ମ୍ୟାଚ କୁ ଓସିଏ ପ୍ୟାନେଲ ଓମ୍ପାୟାର ମାନସ ବେହୁରା, ଛାୟାକାନ୍ତ ଦ୍ବିବେଦୀ, ସମର୍ପ୍ରିତ ପ୍ରଧାନ, ବିଶ୍ଵମ୍ଭର ମହାକୁଡ଼ ପରିଚାଳନା କରୁଥିବାବେଳେ ସୁରେଶ ସାଣ୍ଡିଲ ଏବଂ ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିବାବେଳେ ସ୍କୋରିଙ୍ଗରେ ସୌରଜିତ ସାହୁ ସହାୟତା କରିଥିଲେ.