ସହରୀ ଗରିବଙ୍କ ନିମନ୍ତେ ସ୍ଥାୟୀ ଭୂମି, ଆବାସ, ଭୀତିଭୂମି ଓ ସମ୍ମାନଜନକ ଜୀବିକା ସରକାରଙ୍କ ଉତ୍ତରଦାୟିତ୍ଵ

ଭୁବନେଶ୍ୱର,(ୱାଏନଏସ): ସହଭାଗୀ ବିକାଶ ମଞ୍ଚ ତରଫରୁ ଦି ହ୍ୟୁମାନିଟି, ଆଇ.ଆଇ.ଇ.ସି, ସି.ସି.ଡବ୍ଲୁ.ଡି, ସି଼.ଏସ‌.ଏନ‌.ଆର, ଆକ୍ସନ ଏଡ୍.ଟି.ଡବ୍ଲୁ଼.ଟି, ଦରବାର ସାହିତ୍ୟ ସଂସଦ ପ୍ରମୁଖ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ‘ବିଶ୍ଵ ବସତି ଦିବସ-୨୦୨୪’ ସ୍ଥାନୀୟ ଗୀତଗୋବିନ୍ଦ ସଦନ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସହରର ମାନ୍ୟବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ସହରର ସ୍ଵଚ୍ଛତା, ସବୁଜ ଓ ସୁସ୍ଥ ବିକଶୀତ ସହର ନିର୍ମାଣ ପାଇଁ ପାଇଁ ସବୁ ବର୍ଗର ଲୋକଙ୍କ ସାମିଲ୍ ନିହାତି ଜରୁରୀ ବିଶେଷକରି ଯୁବବର୍ଗ ବିକାଶ ପ୍ରକ୍ରିୟାରେ ଦାୟିତ୍ବ ନେଲେ ଅନେକ କାର୍ଯ୍ୟ ହୋଇପାରିବ ଆମ ସରକାର ସବୁବେଳେ ସହରୀ ଗରିବଙ୍କ ସାମଗ୍ରିକ ବିକାଶ ତଥା ସମାଜର ଅନ୍ତିମ ସ୍ଥାନରେ ଥିବା ବ୍ୟକ୍ତି ଓ ପରିବାରକୁ ମୌଳିକ ଅଧିକାର ଓ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ସଫଳ ପ୍ରୟାସ କରିଛି । ଆସନ୍ତୁ ସମସ୍ତେ ମିଳିମିଶି ସହରର ଉନ୍ନତି ପାଇଁ କାମ କରିବା ପାଇଁ ଆହ୍ୱାନ କରିଥିଲେ। ସଚିକାନ୍ତ ପ୍ରଧାନଙ୍କ ଅବାହକତ୍ଵରେ ସ୍ଥାୟୀ ସହରୀ ଭବିଷ୍ୟତ ଗଠନ କରିବାରେ ଯୁବକମାନଙ୍କର ପରିବର୍ତ୍ତନଶୀଳ ସମ୍ଭାବନାକୁ ଚିହ୍ନିତ କରିବା । ନାଗରିକ ଓ ଯୁବକସମାଜର ସଶକ୍ତକରଣ ଓ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହରୀ ବିକାଶ ଯୋଜନା ନିଷ୍ପତ୍ତି, ପ୍ରସ୍ତୁତି ଓ କାର୍ଯ୍ୟନ୍ଵୟନ । ସହରୀ ଗରିବଙ୍କ ନିମନ୍ତେ ସ୍ଥାୟୀ ଭୂମି, ଆବାସ, ଭୀତିଭୂମି ଓ ସମ୍ମାନଜନକ ଜୀବିକା ସରକାରଙ୍କ ଉତ୍ତରଦାୟିତ୍ଵ । ସମବେଶୀ ସହର ପାଇଁ ଦୀର୍ଘମିଆଦି ସମନ୍ଵିତ ବିକାଶ ଯୋଜନା ଦିଗରେ ବିଭିନ୍ନ ବର୍ଗ ମଧ୍ୟରେ ସହଯୋଗ ସ୍ଥାପନ। ମହିଳା, ଶିଶୁ, ବରିଷ୍ଠ ନାଗରିକ, ଟ୍ରାନ୍ସଜେଣ୍ଡର, ଦିବ୍ୟାଙ୍ଗ, ରାସ୍ତା ପାର୍ଶ୍ବ ଦୋକାନୀ ଓ ଘରୋଇ ଶ୍ରମିକ ଙ୍କ ମଜଭୁତ ସୁରକ୍ଷା ବ୍ୟବସ୍ଥା ତଥା ସବୁଜ ଓ ସୁସ୍ଥ ସହର ନିର୍ମାଣ ପାଇଁ ପରିବେଶ ସ୍ଵଚ୍ଛତା,ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ହିଁ ଆମ ସମ୍ମିଳିତ ଉତ୍ତରଦାୟିତ୍ଵ। ଆଇ.ଆଇ.ଇ.ସି ର ନିର୍ଦେଶକ ଡାକ୍ତର ଶିଶିର ଦାସଙ୍କ ସଭାପତିତ୍ଵରେ‘ସହରୀ ଗରିବଙ୍କ ସଶକ୍ତିକରଣ : ସହର ଓ ଜୀବନ ର ପରିବର୍ତନ’ ଶୀର୍ଷକ ଆଲୋଚନା ରେ ଯୋଗଦେଇ ବିଶିଷ୍ଠ ପରିବେଶବିତ ପ୍ରଫୁଲ୍ଲ ସମାନ୍ତରା, ସମାଜ ମଙ୍ଗଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ବଲିୟାରସିଂହ ନାୟକ, ପୂର୍ବତନ ଅତିରିକ୍ତ ପୁଲିସ ଆୟୁକ୍ତ ଡ଼.ସତିଶ ରାୟ, ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ, ଅକ୍ଷୟ କୁମାର ସାହୁ, ସି.ସି.ଡବ୍ଲୁ.ଡି ର ସମ୍ପାଦକ ସଦାଶିବ ସ୍ୱାଇଁ, ଏକତା ପରିଷଦର ରାଜ୍ୟ ଆବାହକ ବିଜୟ କୁମାର ପ୍ରଧାନ, ଭାଷାବିତ ଡ.ସୁବ୍ରତ ପୃଷ୍ଟି, ବରିଷ୍ଠ ନାଗରିକ ଫୋରମ ର ସମ୍ପଦକ ନିଶାକର ରାଉତ, ସ୍ତମ୍ବକାର ଅରୁଣ ନାୟକ, ଭୁବନେଶ୍ବର ବସ୍ତି ଉନ୍ନୟନ ପରିଷଦ ର ସଭାନେତ୍ରୀ ରଞ୍ଜୁଲତା ମହାପାତ୍ର, ପ୍ରବାସିନୀ ରାଉତ, ମିନତୀ ପ୍ରହରାଜ, ରାଣୀ କିନ୍ନର, ପ୍ରଶାନ୍ତ ବେହେରା, ପ୍ରସନ୍ନ ମହାପାତ୍ର ବେବୀ ନାୟକ ମଞ୍ଚ ସଂଚାଳନ କରିଥିଲେ ଓ ୨୦୦ ରୁ ଉର୍ଦ୍ଧ ବସ୍ତି ବାସିନ୍ଦା, ମହିଳା, ବରିଷ୍ଠ ନାଗରିକ, ଯୁବକ ଏବଂ ଟ୍ରାନ୍ସଜେଣ୍ଡର ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ