ସହିଦ ରେଣ୍ଡୋ ମାଝିଙ୍କ ୧୬୯ତମ ସହିଦ ଦିବସ ପାଳିତ

ଭବାନୀପାଟଣା, (ମାଧବ ସାହୁ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ସହିଦ ରେଣ୍ଡୋ ମାଝିଙ୍କ ୧୬୯ତମ ବଳିଦାନ ଦିବସ ଅବସରରେ ଏକ ବିଶାଳ ଶୋଭାଯାତ୍ରା ଟାଉନ ହଲ ଭବାନୀପାଟଣା ଠାରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ମାଝିଙ୍କ ଅଧକ୍ଷ୍ୟତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପ୍ରଦୀପ ଦିଶାରୀ ମାନ୍ୟବର ବିଧାୟକ ଲାଞ୍ଜିଗଡ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଡୋଲମଣି ଧରୁଆ ମାନ୍ୟବର ଅଧ୍ୟାପକ ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ କଳାହାଣ୍ଡି, ସମ୍ମାନିତ ଅତିଥିଭାବେ ବିଜୟ କୁମାର ମାଝୀ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ସଭାପତି ପ୍ରମୁଖ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା। ଏହି ସଭାରେ ସ୍ଥାନୀୟ ସମସ୍ୟା କୁ ଗୁରୁତ୍ୱ ଦିଆଯାଇଥିଲା. କଳାହାଣ୍ଡି ଜିଲ୍ଲା ଆଦିବାସୀଙ୍କ ଦାଦନ ସମସ୍ୟା ମୁକ୍ତ ହେଉ, ଜିଲ୍ଲାରେ ଆଦିବାସୀଙ୍କ ଶିକ୍ଷା, ଜଙ୍ଗଲ ଅଧିକାର ଆଇନ ଠିକଣା ବାଟରେ ଯାଉ, ଆଦିବାସୀଙ୍କ ଜମିକୁ ଅନଆଦିବାସୀ ମାନଙ୍କ ଦ୍ୱାରା କିଣିବାକୁ ସମ୍ପୂର୍ଣ ଭାବରେ ଉଛେଦ କରାଯାଉ ପ୍ରମୁଖ ଦାବି ଗୁଡିକ ଉପସ୍ଥାପନା କରାଯାଇଥିଲା।ଆୟୋଜିତ ସଭାରେ ବିଭିନ୍ନ ଅଂଚଳରୁ ଆଦିବାସୀ ନେତା ମାନେ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ :ଶ୍ରୀ ଡ଼ମ୍ବରୁଧର କଂହର ସଭାପତି ଆଦିବାସୀ ସଙ୍ଘ ବୌଦ୍ଧ ଚିତ୍ରସେନ ଭୋଇ ବିଶିଷ୍ଟ ଆଦିବାସୀ ନେତା ବଲାଙ୍ଗୀର,ଶ୍ରୀ ରମେଶ ଚନ୍ଦ୍ର ମାଝୀ ଉପସଭାପତି କଳାହାଣ୍ଡି ଡିଷ୍ଟ୍ରିକ ଆଦିବାସୀ ସଙ୍ଘ ଋତୁରାଜ ମାଝୀ ସାଧାରଣ ସମ୍ପାଦକ ଶ୍ରୀ ପଦ୍ମଣ ପାତ୍ର ଉପସଭାପତି , ଶ୍ରୀ ଦେବରାଜ ସମ୍ପାଦକ ସମସ୍ତ ଜାତିସମାଜର ସଭାପତି ଶ୍ରୀ ଶମ୍ଭୁ ମିର୍ଧା, ଯଶୋବନ୍ତ ନାଏକ, ଶ୍ରୀ ସମ୍ପଦ ବରିହା, କୈଳାଶ ଚନ୍ଦ୍ର ମାଝୀ, ତ୍ରିନାଥ ଶବର ପ୍ରମୁଖ ମଂଚାସୀନ ଥିଲାବେଳେ ଶ୍ରୀ ସାଗର ମାଝୀ ମଞ୍ଚ ପରିଚାଳନା କାର୍ଯ୍ୟ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ ଏବଂଶ୍ରୀ ମନୋଜ ପାତ୍ର ସଭାପତି ଜୟପାଟଣା ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡି ଜିଲ୍ଲା ସମସ୍ତ ବ୍ଲକ ସଭାପତି ଅଜିତ ମାଝୀ, ନରେନ୍ଦ୍ର ଦଣ୍ଡସେନା, ମୋହନ ଶବର, ଲବେଶ ପରିଡା, ହେମନ୍ତ ନାଏକ, ଶୁକୃ ମାଝୀ, ହିରଣ ମାଝୀ, ସନାତନ ମାଝୀ, ସୁରେନ୍ଦ୍ର ଭୋଇ ଏବଂ ଭବାନୀପାଟଣାରୁ ସରୋଜ ମାଝୀ, ଜୟରାମ ମାଝୀ, ଧବଳେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ