ସାଇବର ଠକ ଦ୍ୱାରା ୨ ପ୍ରସୂତି ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ସାଇବର ଠକଙ୍କ ଦ୍ୱାରା ୨ ପ୍ରସୂତି ମହିଳା ଲକ୍ଷାଧିକ ଟଙ୍କା ହରାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଅଙ୍ଗନାବାଡ଼ି ଦିଦିଙ୍କ ଜରିଆରେ ଦୁଇ ପ୍ରସୂତି ମନ୍ଦିଳାଙ୍କ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଗତ ୪ ତାରିଖରେ ମୋହନା ପଞ୍ଚାଯତ ଅଧାନ ଖାରିଗୁଡ଼ା ଗ୍ରାମ ଅଙ୍ଗନାବାଢ଼ି ଦିଦି ନଳିନୀ ପଣ୍ଡାଙ୍କ ନିକଟକୁ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ କହୁଛି ବୋଲି ଏକ ଫୋନ୍ କଲ୍ ଆସିଥିଲା । ଅଙ୍ଗନାବାଡ଼ି କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବୁକିଛି ପଚାରିଥିଲେ । ଦିଦି ତାଙ୍କୁ ସବୁ କଥା କହିଥିଲେ । ପରେ ପପ୍ରସୂତି ମହିଳାଙ୍କ ସହ ମମତା କାର୍ଡରେ ଟଙ୍କା ପାଇଛନ୍ତି କି ନାହିଁ ବୋଲି ଆଲୋଚନା କରିଥିଲେ ସେହି ସାଇବର ଠକ. ପରେ ଅଙ୍ଗନବାଡ଼ି ଦିଦିଙ୍କୁ ଫୋନ ଲାଇନରେ ରଖ୍ ପ୍ରସୂତି ମହିଳା ଅରୂପ ନାୟକଙ୍କୁ ଫୋନ୍ କରି ମମତା ଟଙ୍କା ପାଇଛନ୍ତି କି ନାହିଁ ବୋଲି ପଚାରିଥିଲେ । ଟଙ୍କା ଆସିଯିବ କହି ସାଇବର ଠକ୍ ଟଙ୍କା ଲୁଟି ନେବା ପାଇଁ ଯାହା ସବୁ କରିବାକୁ କହିଥିଲେ ମହିଳା ଜଣକ ତାହା କରିଥିଲେ । ଟଙ୍କା ଆସିବ ଜଣ ଦୁଇଟି କିସ୍ତିରେ ତାଙ୍କ ବ୍ୟାଙ୍କ ଖାତାରୁ ୫୯ ହଜାର ୪୧୧ ଟଙ୍କା କଟିଯାଇଥିଲା । ସେହିପରି ଗତ ୨୩ ତାରିଖରେ ମଧ୍ୟ ସମାନ ଢଙ୍ଗରେ ବାଡ଼ିପଙ୍କା ଗାଁରେ ଥିବା ଅଙ୍ଗନାବାଡ଼ି କର୍ମୀ ସୁନିତା ନାଯଳଙ୍କୁ ଫୋନ୍ କରି କଥାହେବା ସହ ଫୋନ ଲାଇନରେ ରଖ୍ ଯସ୍ମିନ ମଳିକ ନାମକ ପ୍ରସୂତି ମହିଳାଙ୍କୁ ଫୋନ୍ କରି ସମାନ କଥା କହି ୩୯ ହଜାର ୪୦୧ ଟଙ୍କା ସାଇବର ଠକ ଲୁଟି ନେଇଛନ୍ତି। ଏଭଳି ଘଟଣାରେ ଉଭୟ ମହିଳା ମର୍ମାହତ ହୋଇ ମୋହନା ଥାନାର ଦ୍ବାରସ୍ଥ ହୋଇ କେସ୍ ରୁଜୁ କରିଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ସୂଚନା ମିଳିଛି.