ସାତ ଦିନ ମଧ୍ୟରେ ଚୋରି ଘଟଣାର ପର୍ଦ୍ଦଫାଶ
ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ):ରାୟଗଡ଼ା ଜିଲ୍ଲା ଚାନ୍ଦୀଲି ଥାନା ଅନ୍ତର୍ଗତ ଥେରୁବାଲି ଫାଣ୍ଡି ରେଳଷ୍ଟେସନ ନିକଟରେ ଥିବା ବିଦେଶୀ ମଦଦୋକାନ ହୋଇଥିବା ଏକ ଚୋରି ଘଟଣାର ଆଜି ପର୍ଦ୍ଧାଫାସ କରିଛି ଚାନ୍ଦୀଲି ପୋଲିସ। ଏଥିରେ ସଂପୃକ୍ତ କୋଲନରା ବ୍ଲକ କାର୍ତ୍ତିକ ଗୁଡା ପଞ୍ଚାୟତର ଜଣେ ସମିତି ସଭ୍ୟ ଙ୍କ ସମେତ ୪ ଜଣ ଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୨ଲକ୍ଷ ୫୦ହଜାର ଟଙ୍କା ଉଧାର କରିବା ସହ ଚୋରୀରେ ବ୍ୟବହୃତ ଗୋଟିଏ ବୁଲେଟ ମଟର ସାଇକେଲଓ ଗଇତି ମଧ୍ୟ ଜବତ କରିଛି ଚାନ୍ଦିଲି ପୋଲିସ । ଗିରଫ ସମସ୍ତ ୪ଜଣଙ୍କୁ କୋର୍ଟ କୁ ଚାଲାଣ କରାଯାଇଛି। ଚଳିତ ମାସ ୬ ତାରିଖ ରାତିରେ ମଦଦୋକାସନ ତାଡି ୨ଲକ୍ଷ୍ୟ ୮୦ ହଜାର ଟଙ୍କା ଚୋରି କରିନେଇଥିବା ନେଇ ଚାନ୍ଦିଲି ଥାନରେ ମଦ ଦୋକାନ କର୍ମଚାରୀ ଲିଖିତ ଅଭିଯୋଗ କରିଥିଲେ ।ଦୋକାନରେ ଲାଗିଥିବା ସି ସି ଟି ଭି ଫୁଟେଜକୁ ଆଧାର କରି ପୋଲିସ ୨୪ ଘଣ୍ଟା ମଧ୍ୟରେ ଚୋର ଦଳକୁ ଗିରିଫ କରିବାରେ ସଫଳ ହୋଇଥିବା ନେଇ ପ୍ରେସମିଟ ମାଧ୍ୟମରେ ପ୍ରକାଶ କରିଛନ୍ତି ରାୟଗଡା SDPO ରଶ୍ମି ରଞ୍ଜନ ସେନାପତି। ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଏସ ଡି ପି ଓଙ୍କ ସମେତ ଚାନ୍ଦୀଲି ଆଇ ଆଇ ସି ପ୍ରସନ୍ନ କୁମାର ବେହେରା,ଏସ ଆଇ ଆଶୁତୋଷ ସାହୁ, ଥେରୁବାଲି ଫାଣ୍ଡିର ହରେ କୃଷ୍ଣ ମୁଣ୍ଡାରୀ ଉପସ୍ଥିତ ଥିଲେ।