ସାନଖେମୁଣ୍ଡିରେ ଗଣମାଧ୍ୟମକୁ ବ୍ଲକ ମନା ବିବାଦ, ଗୋଟିଏ ସଂଘର ଧାରଣା ଅନ୍ୟ ସଂଘର ବିରୋଧ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) ସାନଖେମୁଣ୍ଡି ବ୍ଲକ କୁ ଗଣମାଧ୍ୟମ ପ୍ରବେଶ କରିବା ବାରଣ ନେଇ ଆଜି ସାନଖେମୁଣ୍ଡି ବ୍ଲକ ପରିସରରେ ଗୋଟିଏ ସାମ୍ବାଦିକ ଗୋଷ୍ଠି ଧାରଣା ଦେଇଥିବା ବେଳେ ଅନ୍ୟ ସାମ୍ବାଦିକ ସଂଘ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା।ନୂତନ ବର୍ଷ ରେ ସାମ୍ବାଦିକଙ୍କୁ ଅଭିନନ୍ଦନ ଜଣାଇ ନୂଆଁବର୍ଷ ଡାଏରୀ ପ୍ରଦାନ କରିବା ପାଇଁ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଦିଗପହଣ୍ଡିର କିଛି ସାମ୍ବାଦିକଙ୍କୁ ଡାକିବା ଘଟଣାକୁ ବିରୋଧ କରି ସୃଷ୍ଟି ହୋଇଥିବା ଏହି ପ୍ରଯୋଜିତ ବିବାଦ ସଂପ୍ରତି ମିଛି ମିଛିକାରୁ ତୀବ୍ର ରୂପ ଧାରଣ କରିଛି । ଘଟଣା ପଛରେ ନିର୍ଦ୍ଧିଷ୍ଟ କେତେକ ହାତ ଗଣତି ସାମ୍ବାଦିକଙ୍କ ସ୍ୱାର୍ଥ ହାନୀ ହେବା ଏଭଳି ପ୍ରଯୋଜିତ ଘଟଣାକୁ ସୋସିଆଲ ମିଡ଼ିଆ ଗ୍ରୁପର ସହାୟତାରେ ତିଲକୁ ତାଳ କରି ଏହାକୁ ଅତିରଞ୍ଜିତ କରାଯାଉଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଏହାକୁ ନାପସନ୍ଦ କରିଛନ୍ତି । ସୋମବାର ଦିନ ଏହି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ମିଡ଼ିଆ ଗ୍ରୁପରେ ବିଡ଼ିଓଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିବା ପରେ ବ୍ଲକ୍ ପ୍ରଶାସନ ଏବଂ ଜନ ପ୍ରତିନିଧିଙ୍କ ଏକ ଜରୁରୀ ବୈଠକ ବସିବା ସହ ସଂପୃକ୍ତ ଘଟଣାକୁ ଦୃଢ଼ନିନ୍ଦା କରାଯାଇଥିଲା । ଏହାସହ ବ୍ଲକରେ ମନରେଗା ଜନିତ କାର୍ଯ୍ୟ ବିଶେଷରେ ସାମ୍ବାଦିକଙ୍କ ସମ୍ପୃକ୍ତିରୂ ପ୍ରାଦୁର୍ଭାବ ବଢୁଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଠିକ୍ ଏହା ପରେ ବ୍ଲକ୍ ସ୍ତରୀୟ ଲାଇନ କାର୍ଯ୍ୟାଳୟ ଗୁଡ଼ିକର କାନ୍ଥରେ କାର୍ଯ୍ୟାଳୟ ପ୍ରବେଶକୁ ସାମ୍ବାଦିକଙ୍କୁ ମନା ଢଙ୍ଗରେ କାଗଜ ପୋଷ୍ଟର ଛପାଯାଇଥିବା ନେଇ ଏହି ଗୋଷ୍ଠୀର ସାମ୍ବାଦିକ ସମୂହ ଏହାର ଫଟୋ ଉଠାଇ ଭାଇରାଲ୍ କରିଥିଲେ । ପରନ୍ତୁ ଏହାର ସତ୍ୟତା ନେଇ କୌଣସି ପ୍ରମାଣ ଦେଖିବାକୁ ମିଳି ନଥିଲା । ଗଣମାଧ୍ୟମ ପ୍ରତିନିଧି ଭାବେ ଏହାକୁ ନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ପ୍ରକାରେ ସେ ଏହାକୁ ଦୃଢ଼ ନିନ୍ଦା କରିବା ସହ ଏଭଳି କିଛି ହୋଇନଥିବା ବିଡ଼ିଓ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । କିଛି ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟାଳୟରେ ପଶି ସରକାରୀ କାର୍ଯ୍ୟରେ ବାଧା ଦେଉଥିବା ନେଇ ସେ ତାଗିଦ୍ କରିବାରୁ ଏଭଳି ଯୋଜନାବଦ୍ଧ ଭାବେ କରିଥିବା ନେଇ ସେ ମନ୍ତବ୍ୟ ରଖିଥିଲେ । ଏଣେ ଘଟଣାର ପ୍ରସାର ପରେ ଆଜି ମଧ୍ୟାହ୍ନରେ ସାନଖେମୁଣ୍ଡିରେ ରହିଥିବା ଦୁଇ ପ୍ରେସ କ୍ଲବ ପକ୍ଷରୁ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ ଏଥିନେଇ ନିରବ ପ୍ରତିବାଦ ଅନଶନ କରାଯାଇଥିଲା । ବିଡ଼ିଓଙ୍କ କାର୍ଯ୍ୟାବଳୀକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଧାରଣା ଦେଇଥିବା ବେଳେ ସାନଖେମୁଣ୍ଡି ସାମ୍ବାଦିକତା ନାଁରେ ପ୍ରଶାସନକୁ ଭୟଭୀତ ନ କରିବା ଏବଂ ଗଣମାଧ୍ୟମ ଭୂମିକାର ଉନ୍ନତ ମୂଲ୍ୟବୋଧକୁ ବୁଝି ଖବର ପ୍ରସାରଣ କରିବାକୁ ଅନ୍ୟ ଏକ ଗଣମାଧ୍ୟମ ପ୍ରତିନିଧି ଗୋଷ୍ଠୀ ଦାବି ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ