ସାନଖେମୁଣ୍ଡି ଶିକ୍ଷା ବିଭାଗ ରେ କେଳେଙ୍କାରି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଏବେ ବିଦ୍ୟାଳୟ କୁ ମଧ୍ୟ ଦୁର୍ନୀତି ର କେଳେଙ୍କାରୀ ପିଛା ଛାଡୁନି। ଗଞ୍ଜାମ ଶିକ୍ଷା ଜିଲ୍ଲା ସାନଖେମୁଣ୍ଡି ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ କଙ୍କୋରଡ଼ାର ନେହେରୁ ବହୁମୁଖି ବିଦ୍ୟାପୀଠରେ କାର୍ଯ୍ୟରତ ଜନୈକ ଶିକ୍ଷୟତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ନକଲି ହୋଇଥିବା ଆଧାରରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂପୃକ୍ତ ଶିକ୍ଷୟତ୍ରୀ ମନ୍ଦାକିନୀ ନାହାକଙ୍କୁ ବିଭାଗୀୟ ଆଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ ଚାକିରିରୁ ବହିଷ୍କୃତ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଆଦେଶ ପ୍ରଦାନ କରିଛନ୍ତି । ଆଦେଶ ମତେ ପାଟପୁର ଥାନାରେ ଏ ନେଇ ଏକ ମାମଲା ନଂ – ୫୭୦/୨୩ ରେ ଧାରା ୟୁ ଏସ ୪୨୦/୪୬୫/୪୬୮/୪୭୩ ପ୍ରକାରେ ମାମଲା ରୁଜୁ କରାଯାଇଛି । ଶିକ୍ଷା ବିଭାଗର ଏତଲା ପରେ ପାଟପୁର ପୋଲିସ ଉକ୍ତ ବିଦ୍ୟାଳୟ ରେ ପହଞ୍ଚିବା ବେଳକୁ ସଂପୃକ୍ତ ଶିକ୍ଷୟତ୍ରୀ ଫେରାର ଥିବା ଜଣାପଡ଼ିଛି। ଫେରାର ଶିକ୍ଷୟତ୍ରୀ ମନ୍ଦାକିନି ନାହାକଙ୍କ କବିସୂର୍ଯ୍ୟନଗର ବ୍ଲକ ଗଙ୍ଗାପୂର୍ ଯୁକ୍ତ ଦୁଇ ମାର୍କ ସିଟ ନକଲି ଥିବା କଟକ ବୋର୍ଡ ଦର୍ଶାଇଛି । ୨୦୧୨ ମସିହାରୁ ଚାକିରୀ କରୁଥିବା ମନ୍ଦାକିନି ୨୦୧୧ ର ଯୁକ୍ତଦୁଇ ସାର୍ଟିଫିକେଟ ଦେଇଥିବା ବେଳେ ରେଗୁଲାର ନିମନ୍ତେ ଓଟିଟି ପରୀକ୍ଷା ଦେବା ସହ ଆବେଦନ କରିଥିବ ଯୁକ୍ତ ଦୁଇ ସାର୍ଟିଫିକେଟ ନକଲି ବୋଲି ସୂଚନା ମିଳିଥିଲା ।ଏନେଇ ସାନଖେମୁଣ୍ଡି ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ଚୌଧୁରୀ ଙ୍କୁ ପଚାରିବାରୁ ସେ କହିଲେ ଉକ୍ତ ବିଦ୍ୟାଳୟ ର ଶିକ୍ଷୟତ୍ରିଙ୍କ ନକଲି ସାର୍ଟିଫିକେଟ ଯାଞ୍ଚ ପରେ ନକଲି ବୋଲି ଜଣାପଡ଼ିଥିଲା ଯାଞ୍ଚ ରିପୋର୍ଟ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ପ୍ରଦାନ କରିଥିବା ବେଳେ ଗତ ୮/୯ ତାରିଖରେ ଜିଲ୍ଲାପାଳ ଚାକିରିରୁ ବହିଷ୍କୃତ କରାଯାଇଥିବା ସୂଚନା ଦେଇଛନ୍ତି।