ସାନଭାଇଙ୍କୁ ବ୍ଳେଡରେ ଆକ୍ରମଣ,ବଡଭାଇ ଗିରଫ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଜନ୍ମକଲା ମା’ଙ୍କୁ ନିଜ ହେପାଜତରେ ରଖିବାକୁ କେନ୍ଦ୍ର କରି ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ୟକ୍ତ ହୋଇ ବଡଭାଇ ଏକ ସିଜେରିଆନ୍ ବ୍ଳେଡରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଜଣଙ୍କ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ନିଳାଞ୍ଚଳ ରାଉତ। ସାହି ପଡୋଶୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ନିଳାଞ୍ଚଳ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୮୮୭/୨୪ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀ ବଡଭାଇଙ୍କୁ ପୁଲିସ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ସିକିରି ଗ୍ରାମର ତଥା ଆହତଙ୍କ ବଡଭାଇ ସିମାଞ୍ଚଳ ରାଉତ। ଗିରଫ ପରେ ଆକ୍ରମଣକାରୀ ବଡଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅତିରିକ୍ତ ଭାରପ୍ରାପ୍ତ ଅଧିକାରୀ ପଦ୍ମ ଚରଣ ଭଟ୍ଟଙ୍କ ସୂତ୍ରରୁ ପ୍ରକାଶ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ସିକିରି ଗ୍ରାମର ୨ ଭାଇ ସିମାଞ୍ଚଳ ଓ ନିଳାଞ୍ଚଳ ୨ ପଡୋଶୀ ହୋଇ ରହି ଆସୁଥିଲେ।‌ ମା’ଙ୍କୁ ପାଳନ ପୋଷଣ ବାବଦକୁ ୨ଭାଇ ୧ ମାସ ଲେଖାଏଁ ନିଜ ଘରେ ରଖୁଥିଲେ। ମଙ୍ଗଳବାର ସକାଳେ ମା’ଙ୍କ ଦେଖାଶୁଣା ଠିକ୍ ଭାବେ କରାଯାଉନଥିବା ଘଟଣାକୁ କେନ୍ଦ୍ର କରି ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବଡଭାଇ ସିମାଞ୍ଚଳ ଘରୁ ଏକ ଧାରୁଆ ସିଜେରିଆନ୍ ବ୍ଳେଡ ଆଣି ସାନଭାଇ ନିଳାଞ୍ଚଳଙ୍କ ମୁଣ୍ଡ ଓ ହାତକୁ କାଟି ଦେଇଥିଲେ। ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇ ତଳେ ପଡିଯିବାରୁ ସାହି ପଡୋଶୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ