ସାମଗ୍ରିକ ବିଦ୍ୟାଳୟ ବିକାଶ କର୍ମଶାଳା

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ପ୍ରଶିକ୍ଷଣ ନିମନ୍ତେ ତ୍ରିଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା ପ୍ରଗତି ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ଗୋଷ୍ଠୀ ସାଧନ କର୍ମୀ ମାନେ ଯୋଗ ଦେଇଥିଲେ. ଏହି ଅବସରରେ ପ୍ରତିଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ଡାକୁଆ ପ୍ରଶିକ୍ଷଣର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ. ଅନୁଷ୍ଠାନର ପ୍ରୂର୍ବତନ ଅଧକ୍ଷ ଅନାଦି ଚରଣ ବିନ୍ଧାଣୀ, ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକ, ଶିକ୍ଷକ ପ୍ରଶିକ୍ଷିକା ହରପ୍ରିୟା ନାୟକ ଓ ଶିକ୍ଷକ ପ୍ରଶିକ୍ଷକ ଦିଲୀପ କୁମାର ସିଂ ସାଧନକର୍ମୀ ଭାବରେ କର୍ମଶାଳାକୁ ସୂଚାରୁରୂପେ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ