ସାହିତ୍ୟର ଜୀବନ ଗାଁ ହେଉ: ବ୍ୟାସକବି ଜୟନ୍ତୀ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ସମାଜରେ ପରିଚିତ କରିବାକୁ ସାହିତ୍ୟର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆସ୍ଥିତ ଫକୀରମୋହନ ସେନାପତି ସ୍ମୃତି ପାଠାଗାର ଆନୁକୁଲ୍ୟରେ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସାହିତ୍ୟ ସଭାରେ ଶିକ୍ଷକ ତ୍ରିଲୋଚନ ପାଢୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନବକାକଳୀ ପତ୍ରିକାର ସଂପାଦକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ମୁଖ୍ୟବକ୍ତା ଭାବରେ ଡ.ସଂଗ୍ରାମ ସାମନ୍ତରାୟ, ସମ୍ମାନିତ ଅତିଥି ଭାବରେ ପ୍ରାଚୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ସାହିତ୍ୟର ଜୀବନ ଗାଁ ହେଉ ବୋଲି ଚର୍ଚ୍ଚା କରିଥିଲେ । ପାଠାଗାରର ସଂପାଦକ ହିମାଂଶୁ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଆୟୋଜିତ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ କବି କଳ୍ପନା କଳ୍ପଲତା ବିଶ୍ୱାଳ ସଂଯୋଜନା କରିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ କବି ଯୋଗ ଦେଇ ନିଜର ସ୍ୱରଚିତ କବିତା ପାଠ କରିଥିଲେ ।ଅପରାହ୍ନରେ ଆୟୋଜିତ ସାଧାରଣ ସଭାରେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଶିକ୍ଷକ ତ୍ରିଲୋଚନ ପାଢୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କଂଟୁଣିଆସ୍ଥିତ ଶ୍ରୀ ଶ୍ରଦ୍ଧା କଳା ସାଧନା କେନ୍ଦ୍ର ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ପାଠାଗାର ପକ୍ଷରୁୁ ଅତିଥିମାନଙ୍କୁ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡ. ବିଭୂପ୍ରସାଦ ତରାଇ, ମୁଖ୍ୟବକ୍ତା ଭାବରେ ଓଡିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ,ବିଶିଷ୍ଟ ଅତିଥୀ ଭାବରେ ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶ୍ରମ ବିଭାଗର ସହକାରୀ କମିଶନର ବାବା ଆନନ୍ଦ ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ସାରୋଜ କୁମାର ନାୟକ ଉପସ୍ଥିତ ରହି ସାହିତ୍ୟ ଚର୍ଚ୍ଚା କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପାଠାଗାରର ବାର୍ଷିକ ମୁଖପତ୍ର “ଅକ୍ଷର”ର ଶୁଭ ଉନ୍ମୋଚନ କରାଯାଇଥିଲା । ଅଂଚଳର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱ ଭାବରେ ଓଡି଼ଶା ହାଇକୋର୍ଟର ଅତିରିକ୍ତ ଅଧିବକ୍ତା ସତ୍ୟବ୍ରତ ମହାନ୍ତି, ପ୍ରବୀର କୁମାର ରାୟ, ଆଦର୍ଶ ଛାତ୍ରୀ ସ୍ଥିତିପ୍ରଜ୍ଞା ସ୍ୱାଇଁଙ୍କୁ ପାଠାଗାର ତରଫରୁ ଚଳିତ ବର୍ଷ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବକୁ ସଂଗଠନ ସଂପାଦକ ଅଜିତ୍ ରାୟ, ପୂର୍ବତନ ସରପଂଚ ଲଲାଟେନ୍ଦୁ ପରିଡା, ନିହାର ରଂଜନ ରାଉତରାୟ, ଉଲ୍ଲାସ ଚନ୍ଦ୍ର ପ୍ରଧାନ, ଦିଲ୍ଲିିପ କୁମାର ମହାନ୍ତି, ରବିନ୍ଦ୍ର କୁମାର ଦାସ, ନିମାଇଁ ପଟ୍ଟନାୟକ, ବରେଶ ଦାସ, ସୁଧାଂଶୁ ବେହେରା, କୈଳାସ ଚନ୍ଦ୍ର ସାହୁ, ସହ ସଂପାଦକ ବିଷ୍ଣୁ ସେଠୀ, ଶିକ୍ଷକ ବୁଲାକି ସେଠୀ, ଅମିୟ ମହାପାତ୍ର, ହେମନ୍ତ ମହାନ୍ତି, ରଶ୍ମୀ ରଂଜନ ରାୟ, ପ୍ରସନ୍ନ କୁମାର ଦାଶ, ରାମଚନ୍ଦ୍ର ମୁଦୁଲି, ମାନଗୋବିନ୍ଦ ଦାସ, ମନୋଜ ନାୟକ, ପାର୍ଥ ସାରଥୀ ମହାନ୍ତି, ତେଜସ୍ୱିନୀ ମିଶ୍ର, ଶର୍ମିଷ୍ଠା ପ୍ରିୟଦର୍ଶିନୀ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅକ୍ଷର ପତ୍ରିକାର ସହ ସମ୍ପାଦକ ପ୍ରସନ୍ନଜିତ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଗାମୀ ଦିନରେ ଓଡିଆ ସାହିତ୍ୟ ଜଗତରେ ପାଠାଗାର ଅଭିଯାନ କରାଯାଇ ଓଡିଆ ବାଣୀ ଭଣ୍ଡାର ପାଇଁ ଏହି ପାଠାଗାର ଏକ ନୂତନ କ୍ରାନ୍ତି ସୃଷ୍ଟି କରିବ ବୋଲି ପାଠାଗାରର ମୁଖ୍ୟ ଆବାହକ ତଥା ପାରାଦ୍ୱୀପ ପୋର୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ମତବ୍ୟକ୍ତ କରିଥିଲେ ।