ସିନାପାଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସାଇବର ସଚେତନା ବୈଠକ ଅନୁଷ୍ଠିତ

ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଡିଜିଟାଲ ପ୍ୟାମେଣ୍ଟ ସଚେତନତା ଅଭିଯାନ ଓ ସିବିଡ଼ିଶି,ୟୁପିଆଇ ଏବଂ ଡିଜିଟାଲ ଠକେଇ ନିବାରଣର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ରାଜ୍ୟରେ ରାଜ୍ୟ ବାହାରେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ନିଜକୁ ବ୍ୟାଙ୍କ କର୍ମଚାରୀ କହି ଓଟିପି ମାଗି ପାସବୁକ ଖାଲି କରିଥାନ୍ତି। ଯାହା ବର୍ତ୍ତମାନ ସାରା ଭାରତର ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଆଜି ନୂଆପଡ଼ା ଜିଲ୍ଲା ସ୍ଥିତ ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ଏଥିରେ ଏଲ ଡି ଓ,ଆର ବି ଆଇ ର ଅଧିକାରୀ ଶ୍ରୀ ଅଭିଷେକ ପ୍ରାମାଣିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଲ ଡି ଏମ ଏସବିଆଇ ନୂଆପଡ଼ା ଶ୍ରୀ ସୀତାରାମ ମେହେର,ଲଏଫଏଲସି ଏସବିଆଇ ନୂଆପଡ଼ା ଶ୍ରୀ ରମେଶ କୁମାର ଠାକୁର,ସିନାପାଲି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଉତ୍କଳ ରଞ୍ଜନ ପ୍ରଧାନ ମଞ୍ଚାସିନ ରହିଥିବା ବେଳେ ହେମନ୍ତ ବାଗ,ପରମେଶ୍ବର ମେହେର,ଅଜିତ କୁମାର ଦାଶ,ସୋଭାକର ବେହେରା,ଗୌରବ ମେହେର,ତପନ କୁମାର ନାଏକ,ସିବେଶ୍ୱର କଲେତ,ଦିଲୀପ କୁମାର ପତ୍ରୀ,ରୀଙ୍କୁ ମେହେର,ଲୋହିତ ଗହିର,ତାରେନ୍ୟ ପୋଡ଼ ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କେମିତି ସାଇବର ଠକେଇ ରୁ ବଞ୍ଚିତ ରହିବା ଲୋଭରେ ନ ପଡ଼ି କିମ୍ଵା କିଛି ନ ଜାଣି ଶୁଣି ନିଜ କୌଣସି ବିବରଣୀ କାହାରିକୁ ନ ଦେବା ସବୁବେଳେ ସଚେତନତା ରହିବା ଏମିତି ବିଭିନ୍ନ ବିଷୟ ଗୁଡ଼ିକୁ ନେଇ ବିଶେଷ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ