ସିଲନ୍ଦିରେ ସ୍ୱାବ୍ ନମୁନା ପରୀକ୍ଷଣ;୨୦ ପଜେଟିଭ୍ ଚିହ୍ନଟ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ସିଲନ୍ଦି ଗ୍ରାମରେ ଗତ ୪ ତାରିଖରେ ୫୦ ଜଣଙ୍କର ସ୍ୱାବ୍ ନମୁନା ପରୀକ୍ଷଣ ହୋଇଯାଇଛି । ସେଥିମଧ୍ୟରୁ ୨୦ ଜଣଙ୍କର ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ପରୀକ୍ଷଣ କାର୍ଯ୍ୟରେ ଡାକ୍ତର ଦୀଲିପ କୁମାର ସାହୁ, ଦେବାଶିଷ ନନ୍ଦ, ଚନ୍ଦ୍ରକାନ୍ତ ବିଶ୍ୱାଳ, ସିଦ୍ଧାର୍ଥ କୁମାର ବାରିକ ନିୟୋଜିତ ଥିଲେ । ପରେ ସଂପୃକ୍ତ ପଞ୍ଚାୟତ ଦାୟୀତ୍ୱରେ ଥିବା ଏ.ଏନ୍‌.ଏମ୍ ଅନୁରେଖା ପଣ୍ଡା ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ମାନଙ୍କୁ ମେଡିସିନ୍ ପ୍ରଦାନ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ