ସିଲ୍କ ଶାଢ଼ିର ଯତ୍ନ

ଅଧିକାଂଶ ମହିଳା ଦାମୀ ସିଲ୍କ ଶାଢ଼ି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସିଲ୍କ ଶାଢ଼ିର ଯତ୍ନ ଭଲ ଭାବେ ନ ନେଲେ ତାହା ଶୀଘ୍ର ନଷ୍ଟ ହୋଇଯାଏ ।
ଅନଲାଇନରେ ଏବେ ବିଭିନ୍ନ ଆକାରର ଶାଢ଼ି ବକ୍ସ ମିଳୁଛି । ଏଥିରେ ୩-୪ଟି ଶାଢ଼ି ସହଜରେ ରହିପାରିବ । ସିଲ୍କ ଶାଢ଼ିକୁ ହ୍ୟାଙ୍ଗରରେ ଟଙ୍ଗାଇବା ପରିବର୍ତ୍ତେ ଏହି ବକ୍ସରେ ରଖନ୍ତୁ ।
ଦାମୀ ଶାଢ଼ିକୁ ଘରେ ଧୋଇବାର ଭୁଲ କରନ୍ତୁ ନାହିଁ । ଡ୍ରାଇ-କ୍ଲିନ କରାଇ ଶାଢ଼ି ବକ୍ସରେ ଗନ୍ଧକର୍ପୂର ଦେଇ ରଖିଲେ ଶାଢ଼ି ଖରାପ ହୋଇନଥାଏ ।
ପ୍ରତି ମାସେ ଦୁଇ ମାସରେ ଥରେ ଶାଢ଼ିକୁ ଏପାଖ ସେପାଖ କରି ରଖିଲେ ମଧ୍ୟ ଶାଢ଼ିରେ ଭାଙ୍ଗ ପଡ଼ି ନଥାଏ ।
ବର୍ଷା ଦିନ ଆସିଲାଣି । ଏଇ ସମୟରେ ସିଲ୍କ ଶାଢ଼ି ଖରାପ ହେବାର ଆଶଙ୍କା ଅଧିକ । ସିଲ୍କ ଶାଢ଼ିକୁ କିଛି ସମୟ ଖରାରେ ରଖିଲେ ଶାଢ଼ି ଭଲ ରହେ ।
ଫଳରସ, ଆଇସକ୍ରିମର ଦାଗ ଶାଢ଼ିରେ ଲାଗିଗଲେ ତାହାକୁ ଛଡ଼ାଇବା ପାଇଁ ଡିଟର୍ଜେଣ୍ଟ ଫେଣର ହାଲକା ହାତରେ ଘଷନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ