ସୁନ୍ଦର ସ୍ବାସ୍ଥ୍ୟ ଲାଗି ଶେରଗଡ ରେ ଖୋଲିଲା ଆରକେ ଜିମ

ଶେରଗଡ, (ଅନୀଲ କୁମାର ପଣ୍ଡା):ଶରୀର କୁ ସୁସ୍ଥ ଏବଂ ସୁନ୍ଦର ରଖିବା ଲାଗି ବ୍ୟାୟାମ ର ନିହାତି ଆବଶ୍ୟକ । ବ୍ୟାୟାମ ଦ୍ବାରା ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସତେଜ ରହିବା ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ଜାତ ହୋଈଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଈଛନ୍ତି। ଦୀର୍ଘ ଦିନ ର ପ୍ରତୀକ୍ଷା ପରେ ଶେରଗଡ ସହର ମଧ୍ୟରେ ଏକ ଜିମ ଉଦଘାଟନ ହୋଈଥିବା ଦେଖିବାକୁ ମିଳିଛି। ଯାହାର ନାମ ରଖାଯାଇଛି ଆରକେ ଜିମ। ଏହାକୁ ଜାତୀୟ ଶକ୍ତି ଉତ୍ତୋଳନର ରୌପ୍ୟ ପଦକ ବିଜେତା ଦେବାଶିଷ ମହାନ୍ତି ଏହି ଜିମକୁ ଖୋଲିବା ପ୍ରଶିକ୍ଷକ ଦାୟିତ୍ୱ ରେ ଅଛନ୍ତି। ଏହି ଜିମ କୁ ମା ବାପାଙ୍କ ନାମରେ ନାମିତ କରିଛନ୍ତି। ଦେବାଶିଷଙ୍କ ଏହି ଜିମ ଖୋଲିବାର ମୂଖ୍ୟ ଉଦ୍ଦେଶ୍ୟ ହେଲା, ତାଙ୍କ ଭଳି ବହୁତ ପିଲା ଏହି ଜିମ କୁ ଆସନ୍ତୁ ଏବଂ ଏହି ଜିମ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ ଏବଂ ନିଜ ଗ୍ରାମ ତଥା ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରନ୍ତୁ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ