ସୁରଭି କୃତି ଛାତ୍ରୀ ଚନ୍ଦ୍ରଶେଖରଙ୍କୁ ଆସିକା ଶିକ୍ଷାବିଭାଗ ପକ୍ଷରୁ ସମ୍ବର୍ଦ୍ଧନା
ଆସିକା, (ଯୁଗାବ୍ଦ ନ୍ୟୁଜ):ଶିକ୍ଷା ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକାରେ ଅନୁଷ୍ଠିତ ବ୍ଳକସ୍ତରୀୟ ଓ ବ୍ରହ୍ମପୁରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଏବଂ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମରେ କନିଷ୍ଠ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ଆସିକା ବ୍ଳକ ଅନ୍ତର୍ଗତ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଚନ୍ଦ୍ରଶେଖର ଜେନାଙ୍କୁ ଆସିକା ଶିକ୍ଷାବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ବାବନପୁର କ୍ଳଷ୍ଟରର ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିବଶଙ୍କର ଜେନା ଓ ଗୃହିଣୀ ଭାଗ୍ୟଲକ୍ଷ୍ମୀ ଜେନାଙ୍କ ସୁପୁତ୍ର ତଥା ଆସିକା ମାଟିର ସୁନାପୁଅ ମେଧାବୀ ଛାତ୍ର ଚନ୍ଦ୍ରଶେଖର ଜେନା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ କରି କନିଷ୍ଠ କୁଇଜ୍ ୁପ୍ରତିଯୋଗିତାରେ ପ୍ରଥମ ହୋଇ ସଫଳତା ପାଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ନିମିନା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଚନ୍ଦ୍ରଶେଖର ଜେନାଙ୍କୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡାଙ୍କ ସମେତ ଶିକ୍ଷାବିଭାଗର ବହୁ ସରକାରୀ କର୍ମଚାରୀ ଅଭିନନ୍ଦନ, ସ୍ୱାଗତ ଓ ଶୁଭେଚ୍ଛା ଜଣାଇ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଥିବା ଲକ୍ଷ୍ୟ କରାଯାଇଛି ।