ସେବା ବିବାଦକୁ ନେଇ ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ

ଭୁବନେଶ୍ଵର, (ସମୀର ରଞ୍ଜନ ନାୟକ):ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ । ଅନିଦ୍ରା, ଅଖିଆ, ଅପିଆ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ମହାସୁଆର ।ଗତକାଲି ରାତି ସାଢେ ୮ଟାରୁ ବନ୍ଦ ରହିବ ନୀତିକାନ୍ତି । ବଡୁ ସେବାୟତ ଓ ପୂଜା ପଣ୍ତା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ଗତକାଲି ସନ୍ଧ୍ୟାକୁ ଠାକୁରଙ୍କ କୌଣସି ନୀତି ହୋଇ ନାହିଁ ଦିଅଁ ଦକ୍ଷିଣ ଘରକୁ ବିଜେ କରି ନାହାଁନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ତପରେ ଲିଙ୍ଗରାଜ ମହାପ୍ରଭୁ ବେଜି କରିଥାନ୍ତି ।ମକର ମଣ୍ତପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ପରେ ସରିଥିଲା କ୍ଷୀର ଆଉଟା । ବଡୁ ସେବାୟତା ହିଁ ନୀତି କରିବାକୁ ଦାବି କରିଥିଲେ । ଗତକାଲି ସଂଧ୍ୟାରୁ ମକର ମଣ୍ତପରେ ମହାପ୍ରଭୁ ଲିଙ୍ଗରାଜ । ତେବେ ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଆଜି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ