ସେବେର ନିଧି ଏବେ ନିଦ୍ଧି

ପିଲାଦିନେ ପଢିଥିବା ନିଧିବୁଢା ବାଡ଼ିପଟେ ପଡିଛି ବିଚାର କବିତାର,ଇଏ ସେଇ ନିଧିବୁଢାଟି!ହଁ ମ ସେଇ ଯେ କିନ୍ତୁ ଇଏ ଆଉ ମଶା, ମାଛି, ମୂଷା ଅର୍ଥାତ ‘ମ’ଅକ୍ଷରର କ୍ଯୁ ମାନଙ୍କ କଥା ଶୁଣି କଟୁରୀ ଦାଢ଼ କରି, ଦା ପଜେଇ, ଶାବଳ ଓ ଫାଉଡ଼ା ସଜେଇ ସ୍ୱଚ୍ଛ ଅଭିଯାନରେ ସାମିଲ ହେବା ଅବସ୍ଥାରେ ନାହିଁ. ସେତେବେଳେ ଘର ଚାରି ପାଖରୁ ଅନାବନା ଗଛ ହାଣି, କାଗଜପତ୍ର ଅଳିଆ ଆଦି ଜାଳି, ଗରମ ଭାତ ଖାଇ, ମାଛି ଉଡେଇ ଓ ମଶାରୀ ଟାଣି ଝୁଣା ଧୂପ ଦେଇ ମଶା ତଡି ସ୍ୱଚ୍ଛ ବାତାବରଣ ଭିତରେ ରହିବାକୁ ପ୍ରସ୍ତୁତ ହେଉଥିବା ନିଧିବୁଢା ନୁହେଁ. କାରଣ ଅନେକ ଦିନ ପୂର୍ବରୁ ଏଇ ଡିଜିଟାଲ ଯୁଗ ଆସିବା ପରେ ସେ ସମ୍ପୂର୍ଣ୍ଣ ସଚେତନ. ଗଛ ଲଗାଇଲେ ମଧ୍ୟ ପରିସ୍କାର ରଖେ ତା ମୂଳ, କାଟିକୁଟି ପଦା କରେ ଅନାବଶ୍ୟକ ଡ଼ାଳ, ଚେର, ମୂଳ. ସେସବୁ ମଧ୍ୟ ନିଜ ମୁଣ୍ଡର କୌଶଳ କି ବୁଦ୍ଧି ବଳରେ ନୁହେଁ ବରଂ ସବୁ ଅନଲାଇନ ଜ୍ଞାନ ବୁଦ୍ଧି ବଳ ଓ କୌଶଳ. ସେମିତି ଗରମ ଭାତ ତ ଭାତ ମୋମୋ,ପିଜା, ବର୍ଗର ମଧ୍ୟ ଅର୍ଡର ଦେଇ ଗରମ ଗରମ ଖାଏ ଆଉ ମଶାରୀ କଣ ଆଜିକାଲି ମଶା ମାରିବାର ଅନେକ ବଟିକା, ତେଲ ଓ ଧୂପକାଠି ପ୍ରୟୋଗ କରି ରହିବାକୁ ନିଧିବୁଢା ଖୁବ ତତ୍ପର.
ତେବେ ବି ନିଧି ବୁଢା ବାଡ଼ିପଟେ ବିଚାର ପଡିଛି କାହାର? କଣ କହୁଛି କିଏ!କାନ ଡେରିଲେ ନିଧିବୁଢା.ମଣିଷ ମାନେ ଆଜିକାଲି ଝିଅ ଜନ୍ମ ହେବାକୁ ନଦେଇ ତାକୁ ଭୃଣ ବେଳୁ ହତ୍ୟା କରୁଛନ୍ତି. ପୁଣି ବୋହୂ ଆଣିଲେ ଝିଅ ଭଳି ନଦେଖି ତାକୁ କରେଣ୍ଟ ଦେଇ ମାରି ଥରକୁ ଥର ପୁଅକୁ ବିବାହ ଦେଇ ଯୌତୁକ ବାବଦରେ ନଗଦ କ୍ୟାସ ପାଇଁ ବିକଳ ହେଉଛନ୍ତି. ପୁଣି ବୁଢା ବାପା ମାଆଙ୍କୁ ବୃଦ୍ଧ ବୃଦ୍ଧା ବେଳେ ଅନାଥ କରି ଅନାଥଶ୍ରମରେ ଦାଖିଲା ଦେଉଛନ୍ତି. ଆଉ ଯୁବକ ବେଳେ ଏକପତ୍ନୀ ବ୍ରତ ଛାଡି ଆଗ ପ୍ରେମ ସପ୍ତାହ ପାଳି କୋଉ ଝିଅକୁ ପଟେଇ ଦୁଷ୍କର୍ମ କରୁଛନ୍ତି ତ କୋଉ ଝିଅକୁ ପଟେଇ ଲିଭ ଇନ ରେଳସନରେ ରହିଲା ପରେ ଯୌତୁକ ଲୋଭରେ ଗୋଟେ ପରେ ଗୋଟେ ବାହା ହେଉଛନ୍ତି.ଯଦି ଝିଅ ଜନ୍ମ ହେଲା ତେବେ ସ୍ତ୍ରୀ ସହିତ ମତଭେଦ. ଏତିକି ବିଚାର ଶୁଣୁ ଶୁଣୁ ନିଧିବୁଢା କାନ ଭାଁ ଭାଁ ହୋଇଗଲା କାରଣ ତାରି ଆଖି ଆଗରେ ଏସବୁ ତାଙ୍କ ସାହି ପଡିଶା,ମହକୁମା,ଜିଲ୍ଲା, ସହର, ନଗର ଆଦି ସହିତ ତାଙ୍କରି ନିଜ ଘରେ ଘଟୁଥିଲା ତ ଏମାନେ କିଏ ବୋଲି ସେ କାନ ଡେରି ଶୁଣିଲା ଓ ବୁଝିପାରିଲା ଏମାନେ ଅନ୍ୟ ଦେଶର ନୁହଁନ୍ତି ବରଂ ଅନ୍ୟ ଗ୍ରହର ଅଧିବାସୀ.
ଯୁଦ୍ଧ କରି ବା ଇଂରେଜ ମାନଙ୍କ ଭଳି ବାଣିଜ୍ୟ ବ୍ୟବସାୟ କରୁ କରୁ ଭାରତ ପରି ଦେଶକୁ ପରାଧୀନ କରି ତାଙ୍କ ସ୍ବାଧୀନତା ନିଜ ହାତ ମୁଠାରେ ରଖିବା ବେଳ ଗଲାଣି. ପ୍ରଥମ ବିଶ୍ୱଯୁଦ୍ଧ ବା ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି ଅଣୁ ପରମାଣୁ ଏମିତିକି ମିଜାଇଲ ମାଡ଼ କି କ୍ଷେପଣାସ୍ତ୍ର ମାଡ଼ ଯୁଗ ବି ଗଲାଣି. ଦେଶ ଦେଶ ମଧ୍ୟରେ କିଏ କାହାକୁ କବଳିତ କରିବାକୁ ଏସବୁ ସିନା ନିହାତି ଅପରିହାର୍ଯ୍ୟ ଥିଲା କିନ୍ତୁ ଅନ୍ୟ ଗ୍ରହ ଅଧିବାସୀଙ୍କୁ ଆୟତ୍ତ କରିବାକୁ ନୂତନ ସଂସ୍କରଣର ଗାନ୍ଧୀ ଗୋପବନ୍ଧୁ ଆଉ କୋଉଠୁ ଆସିବେ ବା ସେ ନାରୀନେତ୍ରୀ ସରଳା, ଲଷ୍ମୀବାଇ, କସ୍ତୁରବା, ରମାଦେବୀ ବା କୋଉଠୁ ମିଳିବେ!ନିଧିବୁଢା ଭାବିଲେ ଏମାନେ କଣ ଏଲିଅନ? ନା ନା ଏମାନେ ଏଲିଅନଙ୍କ ନୂତନ ସଂସ୍କରଣ. ତେବେ ଏମାନଙ୍କ ହାତରୁ ଦେଶକୁ ବଞ୍ଚାଇ ସ୍ବାଧୀନତା ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ତାଙ୍କୁ ପ୍ରଥମ ପଦକ୍ଷେପ ନେବାକୁ ପଡିବ ଯେମିତି ଯୌଥ ପରିବାର, ଡ଼ଜନେ ଖଣ୍ଡେ ପୁଅ ଝିଅ ଜନ୍ମ କରି ଓ ସେମାନଙ୍କଭିତରେ କୃଷକ ଓ ସୈନିକ ହେବାର ନିଶା ଓ ପେଶା ଆଣିବା ସହ ସବୁ ପକ୍ୱକେଶୀ ବୃଦ୍ଧ ବୃଦ୍ଧାଙ୍କର ଅଭିଜ୍ଞତା ଆଣିବାକୁ ହେବ. ନିଦ ଭାଙ୍ଗିଯାଇଥିଲା ନିଧିବୁଢାଙ୍କର. ନାତି ଡାକୁଥିଲା ଜେଜେ ଉଠ ତାସ ଖେଳିବା. ସ୍ବାଧୀନତା ଦିବସରେ ଦିନବେଳା ଶୋଇ କି ସ୍ବପ୍ନ ଦେଖୁଛ ଯେ! ଜାଣିଛ ନା ଜେଜେ ଆଜି ଅପାର ଝିଅ ହୋଇଛି. ହଠାତ ନିଧିବୁଢା ନାମକ ଜେଜେ ଡିଆଁ ଡେଇଁ ଆରମ୍ଭ କରି କହୁଥିଲେ ନାଚରେ ନାତିଆ ନାଚ.ନାତୁଣୀମାନଙ୍କୁ ଏଣିକି ଜଳପରୀ କରି ସମୁଦ୍ରପଥରେ ଜଗାଇବାକୁ ପଡିବ. ଅନ୍ୟ ଗ୍ରହ ଅଧିବାସୀ ଆକାଶ ପଥରୁ ସମୁଦ୍ରପଥ ଦେଇ ଆସିଲାବେଳେ ଜଳପରୀମାନଙ୍କ ହାତରେ ଧରା ପଡିବେ. ଆଉ ପୃଥିବୀକୁ ଆସିବେ ନା ଆମକୁ ପରାଧୀନ କରିବେ. ନାତି କାବା ହୋଇ ଜେଜେଙ୍କ ମୁହଁକୁ ଚାହିଁଥିଲା ତ ଜେଜେ କହୁଥିଲେ ମୁଁ ଏଣିକି ନିଧିବୁଢା ନୁହେଁ ବରଂ ନିଦ୍ଧିବୁଢା. ମତେ କିଛି କରିବାକୁ ହେବ.ଜୟ ହିନ୍ଦ.ନାତି ସ୍ଥାଣୁ ପାଲଟି ଚାହିଁରହିଥିଲା ଜେଜେଙ୍କୁ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ