ସୋରଡା ରେ ବଢୁଛି ସଂକ୍ରମଣ ହାର। ପୁଣି ୫ ଚିହ୍ନଟ ସଂଖ୍ୟା ପହଞ୍ଚିଲା ୯ ରେ

ସୋରଡା, (ରଜନୀ ମହାପାତ୍ର):ଗଞ୍ଜାମ ଜିଲ୍ଲା ରେ ଦିନ କୁ ଦିନ କୋରୋନା ସଂକ୍ରମଣ ହାର ବଢୁଥିବା ବେଳେ ପ୍ରଥମେ ସବୁ ସଂକ୍ରମିତ ସୁରାଟ ଓ ବାହାର ରାଜ୍ୟ ଫେରନ୍ତା ଥିଲେ ଯେଉମାନେ ଅଧିକ ସଙ୍ଗରୋଧ କେନ୍ଦ୍ର ରେ ରହିଥିଲେ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଗୋଷ୍ଠୀ ସଂକ୍ରମଣ ର ସମ୍ଭାବନା ନଥିବା କୁହାଯାଉଥିଲା। କିନ୍ତୁ ବର୍ତମାନ ଏହି ସଂକ୍ରମଣ ଦିନ କୁ ଦିନ ଜିଲ୍ଲା ର ସମସ୍ତ ବ୍ଲକ କୁ ବ୍ୟାପିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ସୋରଡା ରେ କୋରୋନା ପ୍ରଥମେ ୧୮ ତାରିଖ ରେ ପାଦଦେଇଥିବା ବେଳେ ଏହା ର ସଂକ୍ରମଣ ସଂଖ୍ୟା ୪ ରେ ରହିଥିଲା ଯେଉଁଥିରେ ଜଣେ କୋରୋନ ଯୋଦ୍ଧା ସମେତ ଆଉ ୩ ଜଣ ରହିଥିଲେ । କିନ୍ତୁ ସମସ୍ତେ ସଙ୍ଗରୋଧ କେନ୍ଦ୍ର ରେ ଥିବା ଚର୍ଚା ଜୋର ଧରିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇନାହି। ଆଜି ପୁଣି ଏଠାରେ ଗଞ୍ଜାମ ଜିଲ୍ଲାପାଳ ନିଜ ଟ୍ବିଟ ଜରିଆରେ ଜିଲା ରେ ୫୭ ଆକ୍ରାନ୍ତ ସୂଚନା ଦେଇଥିବା ବେଳେ ସେଥିମଧ୍ୟ ରେ ସୋରଡା ରୁ ୫ ରହିଛନ୍ତି। ଏହି ୫ ଜଣଙ୍କ ମଧ୍ୟ ରେ ଜଣେ କୋରେନା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଆଉ ୪ ଜଣ ବାହାର ରାଜ୍ୟ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ବର୍ତମାନ ସୋରଡା ରେ ଏହି ୯ ଜଣ ସଂକ୍ରମିତ ଙ୍କ ବିଷୟରେ ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇନାହି। ସଂକ୍ରମଣ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବାର ଦେଖି ସୋରଡା ଅଞ୍ଚଳ ରେ ବର୍ତମାନ କୋରୋନା ପାଇଁ ଭୟ ର ବାତାବରଣ ରହିଛି। ପ୍ରଶାସନ ଦିନ ରାତି ସହର ରେ କଡା କଡି ଭାବେ ଲକଡାଉନ କୁ ପାଳନ କରିବା ପାଇଁ ପଇଁତରା ମାରୁଛି। ସହର ର ଦୋକାନ ବାଡି ବନ୍ଦ ରହିଛି। ସୋରଡା ସହର ତଥା ଅଞ୍ଚଳ ବାସୀ ଙ୍କ ପାଇଁ ବର୍ତମାନ ଗୋଟିଏ ଆଶ୍ବସ୍ଥି ଖବର ଏହା କି ପ୍ରଶାସନ ତରଫରୁ କେଉଁଠାରେ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇନାହି। ଫଳରେ ଏଠାରେ ବର୍ତମାନ ଯାଏଁ କୋରେନା କଣ୍ଟାକ୍ଟ ରେ ଆସିନଥିବା ଏକ ପ୍ରକାର ସ୍ପଷ୍ଟ ହେଇଛି। କିନ୍ତୁ ବର୍ତମାନ ର ଯେଉଁ ଜଣେ ବ୍ୟକ୍ତି କୋରେନା ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି ତାହାକୁ ନେଇ ଆଲୋଚନା ଜୋର ଧରିଛି। ଜିଲ୍ଲା ପ୍ରଶାସନ ର ସଂପୂର୍ଣ୍ଣ ସୂଚନା ପରେ ହିଁ ଏହା ଜଣା ପଡିବ। ତେବେ କୋରୋନା କୁ ନେଇ ସହର ବାସୀଙ୍କ ମନରେ ଏକ ଅକୁହା ଭୟ ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ