ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଧମକ ଦେଇ ବନ୍ଧା ହେଲେ ୨

ବେଗୁନିଆପଡ଼ା,(ବାପୁନି କୁମାର ମାଲୁ):ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ଜୀବନରେ ମାରି ଦେବାକୁ ଧମକ ଦେଇ ବନ୍ଧା ହେଲେ ୨ ଦୁବୃର୍ତ୍ତ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତିରିଡା ଗ୍ରାମର ପ୍ରମୋଦ କୁମାର ଭୂୟାଁ ଓ ଦୀପକ ସାହୁ ନାମକ ୨ ଦୁବୃର୍ତ୍ତ ଜନୈକ ସାମ୍ବାଦିକଙ୍କ ନାମରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ତଥା ଧମକ ଦେଇଥିଲେ। ଏନେଇ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ମନରେଗା ଦୁର୍ନୀତିକୁ ନେଇ ଖବର ପ୍ରକାଶ ପାଇବା ପରେ ଏଭଳି ଧମକ ଦିଆଯାଇଥିବା ସୂଚନା ମିଳିଛି। କେଶ୍ ନଂ – ୪୦୮ /୨୦୨୪ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଧାରା ୨୯୬, ୩୧୫ (୪), ୩(୫) ରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କୁ ୪୧ ରେ ନୋଟିସ ଦେଇ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ସହ ଆଇନକୁ ହାତକୁ ନେବାକୁ ଚେଷ୍ଟା କଲେ ପୁଣି ଥରେ ଗିରଫ କୋର୍ଟ ଚାଲାଣ କରାଯିବ ବୋଲି ସତର୍କ କରାଇ ଦେଇଛି। ସୂଚନା ଅନୁସାରେ ଉଭୟ ପ୍ରମୋଦ ଓ ଦୀପକ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ଯରେ ଲିପ୍ତ ରହି ଗାଁ ରେ ନିରୀହ ଲୋକଙ୍କୁ ଭୟଭୀତ କରାଉଥିବା ନେଇ ଅଭିଯୋଗ ରହିଛି। ଉଭୟଙ୍କୁ ସୁଧୁରି ଯିବାକୁ ପୋଲିସ ଚେତାବନୀ ଦେଇଛି। ଆଗାମୀ ଦିନରେ ପୁଣି କୌଣସି ଧମକ କିମ୍ବା ବେଆଇନ୍ କାର୍ଯ୍ଯ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବେଗୁନିଆପଡ଼ା ଥାନା ଅଧିକାରୀ ସମୀର କୁମାର ରାଉତ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ