ସ୍ପେସ ପକ୍ଷରୁ ଉଦ୍ୟମୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ର ଶୁକୃଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖଦି ଏବଂ ଗ୍ରାମ୍ୟ ଉଦ୍ୟଗ କମିସନ ପକ୍ଷରୁ ଏକ ଉଦ୍ୟମୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କେଭିଆଇସି ର ନୋଡାଲ ଫ୍ରେଞ୍ଚଇଜି ଅରବିନ୍ଦ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସ୍ପେସ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଭୂଷଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ରୂପେ ଶୁକୃଳି ବ୍ଲକ ଅଧ୍ୟକ୍ଷା କବିତା ମଞ୍ଜରୀ ନାଏକ, ଶୁକୃଳି ସରପଞ୍ଚ ଦମୟନ୍ତୀ ନାଏକ, ଶୁକୃଳି ସମିତି ସଭ୍ୟ ଉର୍ମିଳା ଭୋଳ, ରରୁଆଁ ସମିତି ସଭ୍ୟ ହରିନାରାୟଣ ହାଁସଦା, ସ୍ପେସ ର ଅଧକ୍ଷ ଜଗତ କୁମାର, ସ୍ପେସ ର ସମ୍ପାଦକ ସୁବ୍ରତ କୁମାର ନାଥ,ସ୍ପେସ ର କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଜେନା, ସମାଜସେବୀ ଦୀନକୃଷ୍ଣ ସାହୁ, ହରିନାରାୟଣ ହାଁସଦା,ପ୍ରମୁଖ ମଂଚାସୀନ ହୋଇଥିଲେ ଏହି କାର୍ଯ୍ୟକ୍ରମ ରେ ଖଦି ଏବଂ ଗ୍ରାମ୍ୟ ଉଦ୍ୟଗ କମିସନ ଓ ସ୍ପେସ ପକ୍ଷରୁ ଶୁକୃଳି ବ୍ଲକ ର ଉତ୍ସାହି ଉଦ୍ୟଗୀ ଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ରୋଜଗାର କ୍ଷମ ଯୋଜନା ରେ ପ୍ରଶିକ୍ଷଣ,ଖଦି ଏବଂ ଗ୍ରାମ୍ୟ ଉଦ୍ୟଗ କମିସନ ପକ୍ଷରୁ ସହଜ ରେ ପ୍ରଶିକ୍ଷଣ ପରେ ସବସିଡି ଯୁକ୍ତ ଋଣ, ବ୍ୟବସାୟ ସ୍ପେସ ପକ୍ଷରୁ ସମସ୍ତ ସହଯୋଗ କରିବା ନିମନ୍ତେ ଉପସ୍ଥିତ ବକ୍ତା ମାନେ ନିଜ ବକ୍ତବ୍ୟ ରେ ସୂଚନା ପ୍ରଦାନ କରିଥିଲେ
ଏହି କାର୍ଯ୍ୟକ୍ରମ ରେ ଶୁକୃଳି ବ୍ଲକ ର ଶତାଧିକ ଯୁବକ, ଯୁବତୀ ଓ ଆଗ୍ରହୀ ମାନେ ଯୋଗଦେଇଥିଲେ.