ସ୍ବର୍ଗତ ଡ଼ ଚିନ୍ତାମଣି ଭାରତୀ ଙ୍କ ସ୍ମୃତି ସଭା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବରିଷ୍ଠ ପ୍ରାଧ୍ୟାପକ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଏନ. ସି. ସି ଆର୍ମି ବିଭାଗର ପୁର୍ବତନ ମେଜର ତଥା ଓଡ଼ିଆ ବିଭାଗ ର ଅଧ୍ୟାପକ ଡ଼ ଚିନ୍ତାମଣି ଭାରତୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି l ସେ ଦୀର୍ଘ ୩5 ବର୍ଷ ଓଡ଼ିଆ ବିଭାଗର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ରେ ନିଜର ଅଧ୍ୟାପନା କରି ଓ ଏନ. ସି. ସି ପାଇଁ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ସେ ୨୦୦୪-୨୦୦୮ଦୀର୍ଘ ୫ ବର୍ଷ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ର ଏନ ସି ସି ବିଭାଗର ଛାତ୍ରମାନଙ୍କ ପାଇଁ ବହୁ ପ୍ରୟାସ ଓ ଆପ୍ରାଣ ଉଦ୍ୟମ କରି ସେମାନଙ୍କ ପାଇଁ ବହୁତ ନିଯୁକ୍ତି ର ସୁଯୋଗ ଦେଇପାରିଥିଲେ l ସେହି ପରିପ୍ରେକ୍ଷୀରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ର ଏନ ସି ସି ଓ ଓଡ଼ିଆ ବିଭାଗର ଛାତ୍ରମାନଙ୍କ ଉପସ୍ଥିତିରେ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱ ରେ ଓ ଏନ ସି ସି ନାଭାଲ ବିଭାଗର ଅଧ୍ୟାପକ ମନୋରଞ୍ଜନ ମହାରଣା ଓ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ ଇମତିହାନ ସାହା ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଉପସ୍ଥିତି ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେlଇଥିଲା l ଏହି ସଭାରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏନ ସି ସି ବିଭାଗର ପୁରାତନ ଛାତ୍ର କମଳ କୁମାର ପଣ୍ଡା(ଛାତ୍ର ସଂସଦର ପୂର୍ବତନ ସାଧାରଣ ସମ୍ପାଦକ )ଯୋଗଦେଇ ସେହି ସଭାରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବର୍ଗତ ଚିନ୍ତାମଣି ଭାରତୀ ସାର ଓ ସେହି ସମୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପୁରୁଣା ସ୍ମୃତି କୁ ମନେପକେଇବା ସହିତ ସେହିପରି ଅଧ୍ୟାପକ ଆଜିର ସମୟରେ କଲେଜ ରେ ଅଭାବ ବୋଲି ଉଧବୋଧନ ଦେଇ ନିଜ ଭାବକୁ ଦୁଃଖର ସହ ପରିପ୍ରକାଶ କରିଥିଲେ l