ସ୍ବାମୀଙ୍କୁ ଘରେ ତାଲା ପକାଇ ସ୍ତ୍ରୀ ଚମ୍ପଟ ୩ ଦିନ ପରେ ଉଦ୍ଧାର କଲା ପୁଲିସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଲୋକଲୋଚନକୁ ଆସିଛି. ସ୍ବାମୀଙ୍କୁ ଘରେ ତାଲା ପକାଇ ଚମ୍ପଟ ମାରିଛି ସ୍ତ୍ରୀ। ୩ ଦିନ ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗି ସମ୍ପୃକ୍ତ ସ୍ୱାମୀଙ୍କୁ ଉଦ୍ଧାର କରିଛି। ଏହି ଘଟଣାଟି ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି. ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ। କନଭେଣ୍ଟ ସାହି କଷାଡିନ ପରିଛା(୫୫)ଙ୍କୁ ସ୍ତ୍ରୀ ପ୍ରାଣୀ ରଞ୍ଜନି ପରିଚ୍ଛା ଘରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିଲେ । ଅଡ଼ବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡାଙ୍କ ସୂଚନା ଅନୁଯାୟୀ, ୩ ଦିନ ହେଲା କଷାଢିନଙ୍କ ଘର ବାହାରପଟୁ ତାଲା ପଡ଼ିଥିଲା। ଦମ୍ପତିଙ୍କ ମଧ୍ୟରେ ମାସ ମାସ ଧରି ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଅନେକ ସମୟରେ ତାଙ୍କ ସ୍ତ୍ରୀ ତାଲା ପକାଇ ଯାଇ ପୁଣି ସନ୍ଧ୍ୟାରେ ଆସି ଖୋଲିଥାନ୍ତି। ମାତ୍ର ୩ ଦିନ ହେଲା ତାଲା ପଡ଼ିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ଏନେଇ କୁଟୁଣିଗଣ୍ଡା ଗ୍ରାମରେ ରହୁଥିବା କଷାତିନଙ୍କ ତାଙ୍କ ଭାଇ ପର୍ଶୁରାମ ପରିଛାଙ୍କୁ ଜଣାଇଥିଲେ। ଶନିବାର ସେ ଗାଁରେ ପହଞ୍ଚି ସରପଞ୍ଚଙ୍କୁ ଭାଇ ଘର ଭିତରେ ଥିବା ସନ୍ଦେହ ହେଉଥିବା କହିଥିଲେ। ବିରିକୋଟ ସରପଞ୍ଚ ପ୍ରତିନିଧୁ ମାଶା ମାଝୀ, ସମିତି ସଭ୍ୟ, ନାଏବ ସରପଞ୍ଚ, ବ୍ଳକ ଉପାଧ୍ଯକ୍ଷା ବାଲମିନ ଅଧୁକାରୀ ଓ ଅଡ଼ବା ଥାନା ଅଧିକାରୀ ଗାଁରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏସ୍ପିଙ୍କ ନିର୍ଦେଶକ୍ରମେ ଜନ ପ୍ରତିନିଧୂଙ୍କ ଉପସ୍ଥିତିରେ ଘର ତାଲା ଭାଙ୍ଗି କଷାତିନଙ୍କୁ ଉଦ୍ଧାର କରାଯାଇଛି। ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବିରିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ମୋହନା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କଷାଢିନଙ୍କ ଦୁଇଟି ଝିଅ ରହିଛନ୍ତି। ଜଣେ ହଷ୍ଟେଲରେ ରହି ପଢୁଥୁବା ବେଳେ ଅନ୍ୟଜଣେ ମାଆଙ୍କ ପାଖରେ ରହୁଛନ୍ତି। ସ୍ବାମୀଙ୍କୁ ଘର ବାହାରୁ ତାଲା ପକାଇ ଝିଅକୁ ନେଇ ସ୍ତ୍ରୀ ପଳାଇଥିଲେ. ଡାକ୍ତରଖାନାରେ କଷାତିନିଙ୍କୁ ଚିକିତ୍ସା ସମୟରେ ତାଙ୍କ ସ୍ତ୍ରୀ ପହଞ୍ଚିଥିଲେ। ମାତ୍ର ଘଟଣା ବିଷୟରେ ପଚାରିବାରେ ଏନେଇ କେହି କିଛି କହି କିଛି ନାହାନ୍ତି।