ସ୍ବାସ୍ଥ୍ୟ ହିଁ ସମ୍ପଦ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଆଜିର ବ୍ୟତିବ୍ୟସ୍ତ ଜୀବନରେ ଭଲ ଓ ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ସମସ୍ତେ ଆଗ୍ରହି । କିନ୍ତୁ ଭଲ ଖାଇବା ସହ ସ୍ବାସ୍ଥ୍ୟକୁ ଭଲ ରଖିବା ପାଇଁ କାହାରି ପାଖେ ସମୟ ନାହିଁ । ଫଳରେ ଯୁବ ବୟସ ଠାରୁ ବୃଦ୍ଧା ବୟସ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ କେହି ନା କେହି ରୋଗାଗ୍ରସ୍ତ । ବିଭିନ୍ନ ରୋଗରେ ଆକ୍ରାନ୍ତ । ସେଥି ପାଇଁ ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଗ୍ରାମର ମଜଲିସ ଅନସାରୁଲ୍ଲା ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟ ହିଁ ସମ୍ପଦର ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନା ସୃଷ୍ଟି କରିବାର ଅଭିନବ ପ୍ରୟାସ କରାଯାଇଛି । କେରଙ୍ଗ ଅଟୋ ଷ୍ଟାଣ୍ଡ ଠାରୁ କୁମ୍ଭିଲୋ ଛକ ପର୍ଯ୍ୟନ୍ତ ଗୋଟିଏ ପ୍ରାତ୍ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଆମେ ସମସ୍ତେ ସୁସ୍ଥ ଓ ଆରୋଗ୍ୟ ରହିବା ସହ ନିଜ ନିଜ ମଧ୍ୟରେ ଭାଇଚାରା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମ ସାମୂହିକ ନିରବ ପ୍ରାର୍ଥନା ସହ ଗ୍ରାମ ଅଟୋ ଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ କୁମ୍ଭିଲୋ ଠାରେ ଶେଷ ହୋଇଥିଲା। ଏହି କାର୍ଯକ୍ରମରେ ପ୍ରାୟ ଶତାଧିକ ଲୋକେ ସାମିଲ ହୋଇଥିଲେ । ଏଥିରେ ଗ୍ରାମରମଜଲିସ ଅନସାରୁଲ୍ଲା କମିଟି ମୁଖ୍ୟ ଅମଜାଦ ଖାଁ, ଖୋର୍ଦ୍ଧା ନୟାଗଡ଼ ଜିଲ୍ଲା ସଭାପତି ଅମିରୁଦ୍ଦିନ ଖାଁ, ଅନସାର ଖୋର୍ଦ୍ଧା ନୟାଗଡ଼ ଜିଲ୍ଲା ସଭାପତି ମହମ୍ମଦ ମେରାଜ୍ ଓ ସମସ୍ତ ସ୍ଥାନୀୟ କମିଟିର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ କରିଥିଲେ । ଏହି ଭଳି କାର୍ଯ୍ଯକୁ ସ୍ଥାନୀୟ ବୁଦ୍ଧିଜିବୀ ମାହୋଲରେ ଖୁବ ପ୍ରଶଂସା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ